ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ଦ୍ଵାରା ମେଗା ସଫେଇ ଅନୁଷ୍ଠିତ

କାମାକ୍ଷାନଗର (ମ ନି ସ)୨୦ l ୧୦_କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବୁଧବାର ପୂର୍ବାହ୍ନରେ ମେଗା ସଫେଇ ଡ୍ରାଇଭ୍ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅକ୍ଟୋବର ମାସ ବ୍ୟାପୀ ଚାଲିଥିବା ସ୍ବଛ ଭାରତ ଅଭିଯାନର ଅଂଶ ସ୍ବରୂପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକ ଶହ ସ୍ବେଚ୍ଛାସେବୀ ଓ ସ୍ବେଛାସେବୀନି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏକ ସଚେତନତା ରାଲିରେ ସ୍ବେଚ୍ଛାସେବୀ ମାନେ ପ୍ରଥମେ କଙ୍କଡ଼ାହାଡ଼ ବସଷ୍ଟାଣ୍ଡ ଓ ବଜାର ପରିକ୍ରମା କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚର୍ତୁପାଶ୍ୱର ଏବଂ ବସଷ୍ଟାଣ୍ଡ ରେ ପଡ଼ିଥିବା ସୁଖିଲା ଅଳିଆ ଆବର୍ଜ୍ଜନା ତଥା ପଲିଥିନ୍ ସଫେଇ କରିଥିଲେ । ପରେ ପରେ ସ୍ଥାନୀୟ ମା ଚର୍ଚ୍ଚିକା ପିଠରେ ଗଜଲକ୍ଷ୍ମୀ ପୂଜା ପରେ ପଡ଼ି ରହିଥିବା ଅଳିଆ ସଫା କରାଯାଇଥିଲା । ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ନିର୍ଦ୍ଦେଶରେ ଜାତୀୟ ସେବା ଯୋଜନା କାର୍ଯକ୍ରମ ଅଧିକାରୀ ଝୁନୁ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୁର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ, ଅଧ୍ୟାପକ ପ୍ରେମାନନ୍ଦ ନାୟକ, କର୍ମଚାରୀ ପ୍ରଦୀପ କୁମାର ବେହେରା ଓ ନିର୍ଝରୀଣୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସ୍ଥାନୀୟ ଅଧିବାସୀ ମାନେ ସ୍ବେଚ୍ଛାସେବୀ ମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା ଗର୍ବ ଅହଂକାର

ଭାରସାମ୍ୟ ହରାଇ ଓଲଟିଲା ଭେନ

Leave a Comment

error: Content is protected !!