ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଖମାରୀଙ୍କ ପରଲୋକ, ୮୧ ବର୍ଷ ରେ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ 

ନୂଆପଡା -:, ନୂଆପଡା ଜିଲ୍ଲାର ପ୍ରଥମ ଯନ୍ତ୍ରୀ ରୂପେ ବେଶ ଜଣାଶୁଣା ଲକ୍ଷ୍ମୀକାନ୍ତ ଖମାରୀ ଙ୍କ ଶୁକ୍ରବାର ଦିନ ପରଲୋକ ହୋଇଯାଇଅଛି। ମୃତ୍ୟୁ ବେଳକୁ ୮୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ମୁଖ୍ୟଯନ୍ତ୍ରୀ ରୂପେ ଅବସର ପ୍ରାପ୍ତ ହୋଇ ଖଡ଼ିଆଳ ଠାରେ ବସବାସ କରୁଥିଲେ। ଲକ୍ଷ୍ମୀକାନ୍ତ ଖମାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଅଛି। ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ବର୍ତ୍ତନଶୀଳ ଗ୍ରାମରେ ଜନ୍ମ , ସେପ୍ଟେମ୍ବର ମାସ ୯ ତାରିଖ ୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ବିଏମ ହାଇସ୍କୁଲ ଭାବନୀପାଟଣା ରେ ହାଇସ୍କୁଲ ଅଧ୍ୟୟନ। ରେଭେନ୍ସା କଲେଜରେ ସ୍ନାତକ ପାସ ଏବଂ ବୁର୍ଲା ଠାରେ ୧୯୬୬ ମସିହାରେ ଅଞ୍ଚଳର ପ୍ରଥମ ସିଭିଲ ଇଞ୍ଜିନିୟର ଭାବରେ ପାସ ହୋଇଥିଲେ। ସେ କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ବଲାଙ୍ଗୀର ନିର୍ବାହୀଯନ୍ତ୍ରୀ, ସମ୍ବଲପୁର ଅଧିକ୍ଷଣ ଯନ୍ତ୍ରୀ ଏବଂ ଭୁବନେଶ୍ଵର ରେ ମୁଖ୍ୟଯନ୍ତ୍ରୀ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ବର୍ତ୍ତନଶୀଳରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ଵାରା ଅଞ୍ଚଳର ଜମିକୁ ଜଳସେଚିତ ସୁଯୋଗ ସୃଷ୍ଟି କରିଥିଲେ।ଖଡ଼ିଆଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା ଚାଲ ଫେରିଯିବା ଆଦିମ ଯୁଗକୁ

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ଲୁହା କହେ ସୁନାକୁ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅଵସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!