ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାପଡାହାଣ୍ଡିରେ ମଟର ସାଇକେଲ ଯାଞ୍ଚ କଡ଼ାକଡ଼ି

ପାପଡାହାଣ୍ଡି,19/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବସଷ୍ଟାଣ୍ଡ ଚାରି ଛକ ଠାରେ ରାଜ୍ୟ ପରିବହନ ବିଭାଗ ନିର୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପୋଲିସଙ୍କ ଦ୍ୱାରା ବାଇକ ଯାଞ୍ଚ କରାଯାଇଥିଲା । ବାଇକ ଯାଞ୍ଚ ପାପଡ଼ାହାଣ୍ଡି ପୋଲିସ ଚେକ୍ ପୋଷ୍ଟ ଠାରେ ସକାଳ ୧୦ଘଣ୍ଟା ସମୟ ଠାରୁ ଆରମ୍ଭ କରାଯାଇଥିଲା | ଏହି ଯାଞ୍ଚରେ ୪୫ରୁ ଉର୍ଦ୍ଧ ବାଇକ ଆରୋହୀଙ୍କ ଗାଡି କାଗଜପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ ଯାଞ୍ଚ କରାଯାଇଥିଲା | ୪ ଜଣ ବାଇକ ମାଲିକଙ୍କ ଲାଇସେନ୍ସ ରଦ୍ଧ କରାଗଲା ଓ ଅନ୍ୟ ବାଇକ୍ ମାଲିକଙ୍କ ଠାରୁ ୧ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ରାଜ୍ୟ ପରିବହନ ବିଭାଗଙ୍କ ନିର୍ଦେଶ କ୍ରମେ ଯାଞ୍ଚ 4/5 ଦିନ ଧରି ଚାଲିବ ଓ ଯାଞ୍ଚ ରେ ହେଲମେଟ୍, ଡି.ଏଲ୍, ଆର.ସି, ଇନ୍‌ସୁରାନ୍ସର କାଗଜ ପତ୍ର ଯାଞ୍ଚ କଡ଼ାକଡ଼ି ରହିବ | ଯାଞ୍ଚ ସମୟରେ ସବ୍ ଇନ୍ସପେକ୍ଟର ଶିବଜୀ ପଣ୍ଡା, ଏ.ଏସ.ଆଇ ଏ.ଏଚ ଭତ୍ରା ,ଆଇ.ଆର.ବି ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଥିଲେ।

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ୍ ପଟନାୟକ ଙ୍କ ରିପୋର୍ଟ 

Related posts

ବିବାହର ମାତ୍ର ୧୧ ଦିନ ମଧ୍ୟରେ ନବବଧୁର ମଥାରୁ ଲିଭିଗଲା ସିନ୍ଦୁର

Sunil Chandra Nayak

ପାର୍ବତ୍ଯାଞ୍ଚଳ ର ବିକାଶରେ ବାଧକ ନାଗାବଳୀ ନଦୀ

Sunil Chandra Nayak

ସବୁଠାରୁ ବଡ଼ ଅଣ୍ଡା.. ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ।

Sunil Chandra Nayak

Leave a Comment

error: Content is protected !!