ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ମୟୂରଭଞ୍ଜ-୦୨-୧୦-୨୨/(ମସିହା)/ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉଚ୍ଚ ବାଳକ ହାଇସ୍କୁଲର ସଭାଗୃହରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଭାପତିତ୍ବରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଅଛି । ଉକ୍ତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ମହାନ୍ତ, ବିଜନ କୁମାର ମହାନ୍ତ,ଉଦୟଭାନୁ ପ୍ରଧାନ, ସୁନିଲ୍ କୁମାର ବିଶ୍ବାଳ,ବିଜୟ ମାଝୀ, ଉମାକାନ୍ତ ବେହେରା, ଶିକ୍ଷୟିତ୍ରୀ ଗୁଡିଗୌରୀ ମାଝୀ,ଜୟନ୍ତୀ ନାଏକ,ଚନ୍ଦ୍ରକାନ୍ତା ହାଁସଦାଃ ପ୍ରମୁଖ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନର ମହନୀୟ କଥାବସ୍ତୁ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ଵାରା ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ  ଗାନରୁ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା।ଛାତ୍ର ମାନେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନ ଆଦର୍ଶ ବିଷୟରେ ଅଭିଭାଷଣ ରଖିଥିଲେ ।ଆଉ କେତେକ ଛାତ୍ର ଦେଶାତ୍ମବୋଧକ ସଙ୍ଗୀତ ଗାନ ମାଧ୍ୟମରେ ସମସ୍ତଙ୍କ ମନ ଜିଣି ନେଇ ଥିଲେ ।ଦଶହରା ଉପଲକ୍ଷେ ବିଦ୍ୟାଳୟ ଛୁଟି ଥିଲେ ମଧ୍ୟ ବହୁ ସଂଖ୍ୟାରେ ଛାତ୍ର ମାନେ ସଭାରେ ଉପସ୍ଥିତ ରହି ସଭାର ଗାରିମା ବୃଦ୍ଧି କରିଥିଲେ । ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ର ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

ଡାବୁଗାଁ ରେ ଭୀମଭୋଇ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

Sunil Chandra Nayak

Leave a Comment

error: Content is protected !!