ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା କି ! ଦୁର୍ଦ୍ଦିନ’

ଜୟ ମାଆ ବିରଜା

 

କି ! ଦୁର୍ଦ୍ଦିନ’

ରାଗ-ସାରଙ୍ଗ

 

ଉମାକାନ୍ତ ଦାସ

 

ମହାବଳ ଜନ୍ତୁ ଭୟେ

   ଦୁର୍ବଳ ଡରନ୍ତି,

ବିଶାଳକାୟ ଜଙ୍ଗଲେ

   ରହି ନପାରନ୍ତି

ସଖି ଗୋ,କହିବି କାହାକୁ।

କେମନ୍ତେ ସୃଷ୍ଟି କରିଲା ପ୍ରକୃତି ଏହାଙ୍କୁ ।।

 

ଛଞ୍ଚାଣ ଚଞ୍ଚୁରେ ଦେଲା

    ଅସୀମ ଶକତି ,

ନିରୀହ ପକ୍ଷୀଙ୍କ ପ୍ରାଣ

    ପଡଇ ଆହୁତି,

ଦୂତି ଗୋ ,କହେ ବିରଜାଙ୍କୁ ।

କାହିଁକି ଜନମ କଲା ଏ ଦୁଷ୍ଟ ଜୀବଙ୍କୁ ।।

 

ଅହି ଅଧରେ ଗରଳ

  ନକୁଳେ ଅମୃତ,

ଛାଇ ଦେଖିଲେ ଲଢ଼ନ୍ତି

  ଏକି ବିପରିତ ,

ସଖି ଗୋ, ଡେରି ଥା କର୍ଣ୍ଣକୁ।

ହିଂସ୍ର ଜୀବେ ଗଣା ଯାଏ ତାଙ୍କ ଜନମକୁ ।।

 

ସମାଜ ନାହିଁ କାହାର

   ମନୁଷ୍ୟର ଅଛି,

ସାମାଜିକ ପ୍ରାଣୀ ହୋଇ

  ନିଷ୍ଠୁର ହେଉଛି,

ଦୂତି ଗୋ,କରେ ଅଧର୍ମକୁ ।

ହିଂସାରେ କାହିଁକି ଜଳେ ଦେଖି ସେ କାହାକୁ ।।

 

ସତ୍ଯ ଧର୍ମ ଦୟା କ୍ଷମା

   ଏ ଚାରି ଶବଦ

ମନୁଷ୍ୟ କରେ କାହିଁକି

    ଏହାର ବିବାଦ

ସଖି ଗୋ ,କହିବି କାହାକୁ ।

ଦେଖଇ ଏ ନେତ୍ର ଆଜି ସବୁ ଅକର୍ମକୁ ।।

 

ନାହିଁ ପତି ପତ୍ନୀ ଭାବ

 ଆନେ ରଖି ଧ୍ଯାନ,

ସମ୍ପର୍କ ପିତା ପୁତ୍ରର 

  ହେଉଛି ଖଣ୍ଡନ,

ଦୂତି ଗୋ ,ଜଳାଏ ପିଣ୍ଡକୁ

ମାନବତା ହଜାଇଣ ଭୋଗୁଛେ ଦୁଃଖ କୁ ।

 

ସବୁଠୁ ଅଟେ ସୁନ୍ଦର 

   ସାହିତ୍ୟ ସମାଜ

ସାଧକେ ଅଟନ୍ତି ତା’ର

   ସଂସ୍କାର ରକ୍ଷକ

ସଖି ଗୋ, ଦେଖେ ସେମାନଙ୍କୁ ।

ବାହ୍ଯ ମିତ୍ରେ ଛନ୍ଧି ଦେଇ ଉଠାନ୍ତି ସ୍ବାର୍ଥକୁ।।

 

ଆଦ୍ଯାଶକ୍ତି ଆଦ୍ଯପିତା

   କର ହେ ମଙ୍ଗଳ

ଦେଇ ସର୍ବେ ସଦବୁଦ୍ଧି

    ତବ ସୃଷ୍ଟି ପାଳ

ଦୂତି ଗୋ,କୁହ ହେ ତାହାଙ୍କୁ

ନୋହିଲେ ବ୍ରହ୍ମାଣ୍ଡ ଯିବ ସାଗର ଗର୍ଭକୁ ।।

 

ଲାଲବାଗ ,ଖାନନଗର
ମଙ୍ଗଳ ପୁର ,ଯାଜପୁର

Related posts

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ନିରୁପମା ପାଣି ଙ୍କ ଆଲେଖ୍ୟ ସମାଜର ଚିତ୍ରଟିଏ

Sunil Chandra Nayak

ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!