ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ , ଆନୁସାଙ୍ଗିକ ବିକାଶ ପାଇଁ ଦାବି

ଚିଲିଗୁଡା ୯ /୦୫(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନନ୍ଦେଲମାଲ ପଞ୍ଚାୟତ ଏକ ଅନଗ୍ରସର ଆଦିବାସୀ ବହୁଳ ପଞ୍ଚାୟତ ଅଟେ।ଏହି ଗ୍ରାମ ପଞ୍ଚାୟତର କଟିଙ୍ଗପଦର ରାଜସ୍ବ ଗ୍ରାମରେ ରହିଛି କୁରୁଲୁମୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। କାଁ ଭାଁ କେବେ କେମିତି ଏହି ଜଳ ସେଚନ ପ୍ରକଳ୍ପର ଉଦ୍ଧାର କାର୍ଯ୍ୟ ନାଁକୁ ମାତ୍ର ହୋଇଛି।ଅଣଜଳସେଚିତ ଏହି ଅଞ୍ଚଳର ସମୃକ୍ତ ପ୍ରକଳ୍ପଟି ଏବେ ସମ୍ପୂର୍ଣ୍ଣ ଭାବେ ଶୁଖିଲା ପଡିଛି।ଏହି ପ୍ରକଳ୍ପ ଦ୍ବାରା ଆନିକଟ ଅଞ୍ଚଳରେ ଜଳସେଚନ ଆଶାରେ କେନାଲ ମଧ୍ୟ ଖୋଲା ଯାଇଥିଲା, ଯାହାକି ବ୍ୟବହାରରେ ନ ଆସି ମଧ୍ୟ ଭାଙ୍ଗିବାରେ ଲାଗିଲାଣି।କଟିଙ୍ଗପଦର ଗ୍ରାମବାସୀଙ୍କ ଆଶା ଭରସା ଥିବା ଏହି ପ୍ରକଳ୍ପର ଭିତ୍ତିଭୂମି ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ରାବଣ ସଂରକ୍ଷିତ ପାହାଡର ପାଦଦେଶରେ ଥିବା ଏହି ପ୍ରକଳ୍ପ ଉପରେ ବନ୍ୟଜନ୍ତୁ,ପଶୁପକ୍ଷୀ ମଧ୍ୟ ନିର୍ଭର କରିଥାନ୍ତି।ହେଲେ ସଂପ୍ରତି ସମ୍ପୂର୍ଣ୍ଣ ଭାବେ ଶୁଖିଲା ପଡିଥିବା ଏହି ପ୍ରକଳ୍ପ ଯୋଗୁଁ ନିର୍ଭରଶୀଳ ଲୋକଙ୍କ ସହ ପଶୁପକ୍ଷୀ ମାନେ ମଧ୍ଯ ପ୍ରଭାବିତ ହେଉଛନ୍ତି।ଏହି ପ୍ରକଳ୍ପକୁ ପୁନଃଉଦ୍ଧାର ସହ ଏହାର ଆନୁସାଙ୍ଗିକ ଭିତ୍ତିଭୂମି ବିକାଶ କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସାହିତ୍ୟ ଅଗଣା

Sunil Chandra Nayak

ଗୌତମ କଚିମ ଙ୍କ କବିତା ଜୀବନଖରାଛାଇଖେଳ

Sunil Chandra Nayak

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

Sunil Chandra Nayak

Leave a Comment

error: Content is protected !!