ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଙ୍ଗଳବେଡ଼ାରୁ ପତ୍ରାପଡ଼ାକୁ ରାସ୍ତା ନିର୍ମାଣ ଦାବି 

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୨୧/୧୧(ମନିସ)-ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ସବୁଦିନିଆ ପକ୍କା ରାସ୍ତା ଖଣ୍ଡେ ନଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରା.ପ. ପତ୍ରାପଡ଼ା ତଥା ଚମ୍ପାଦେଇପୁର ପଞ୍ଚାୟତର ବିଲାଟିପଦର ଗ୍ରାମବାସୀ ! ଏନେଇ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ହତାଶ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ରାସ୍ତା ଖଣ୍ଡିକ ପାଇଁ ଦାବି କରିଛନ୍ତି ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମପଞ୍ଚାୟତର ପତ୍ରାପଡ଼ାରେ ୨୦୦ ପରିବାର ଥିବାବେଳେ ୭୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସବାସ କରନ୍ତି ! କିନ୍ତୁ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ ହେଲା, ଆମ ପତ୍ରାପଡ଼ାକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ! ଯାହାଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବର୍ଷାଋତୁରେ ଏଇ ସମସ୍ୟା ଦ୍ବିଗୁଣିତ ହୋଇଯାଏ ! ମାଟିକାଦୁଅ ରାସ୍ତାରେ ରୋଗୀ, ଗର୍ଭବତୀ ମହିଳାଙ୍କ ସମେତ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ! ନଙ୍ଗଳବେଡ଼ା ପିଡବ୍ଲ୍ୟୁଡି ରାସ୍ତାରୁ ପତ୍ରାପଡ଼ା ସମେତ ଚମ୍ପାଦେଇପୁର ପଞ୍ଚାୟତର ବିଲାଟୀପଦର ଗାଁକୁ ମଧ୍ୟ ସବୁଦିନିଆ ରାସ୍ତା ସଂଯୋଗ ନାହିଁ ! ଏହାକୁ ନେଇ ଲୋକେ ବାରମ୍ବାର ଦାବି କରୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ ! ଫଳରେ ଅନ୍ୟ ଉପାୟ ନପାଇ ପତ୍ରାପଡ଼ା ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଫେରାଦ ହେବାକୁ ଯାଇଥିବାବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି ! ଏହାସହିତ ନଙ୍ଗଳବେଡ଼ା ପିଡବ୍ଲ୍ୟୁଡି ରାସ୍ତାଠାରୁ ପତ୍ରାପଡ଼ା ଭାୟା ବିଲାଟୀପଦରକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ସହିତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି ! ଅଞ୍ଚଳବାସୀଙ୍କ ତରଫରୁ ମହେନ୍ଦ୍ର କରୁଆଁ, ସୁବାସ ହିଆଁଲ, ବଲଷ୍ଟି ବିଭାର, ରଘୁସାଏ କରୁଆଁ, ମହାନ୍ତି କରୁଆଁ, ସୁଶୀଲ କୁମାର ବାଗ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଜି ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

Leave a Comment

error: Content is protected !!