କର୍ଲାମୁଣ୍ଡା ମ ନି ସ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲର ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଷଡଙ୍ଗୀଙ୍କ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆଜକୁ ଦୀର୍ଘ ୩୫ ବର୍ଷ ହେବ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ l ସେ ବିଦ୍ୟାଳୟରେ ୧୯୮୬ ମସିହାରେ ଯୋଗ ଦେଇ ସଂସ୍କୃତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ l ବିଦାୟ ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶା, ବସନ୍ତ ପଟ୍ଟନାଏକ, ଶିକ୍ଷକ ପୂର୍ଣଶ୍ଚନ୍ଦ୍ର ରାଉତ, ଅମ୍ବିଲାଲ ସାହୁ, ଶାନ୍ତନୁ ପଧାନ ଉପସ୍ଥିତ ଥିଲେ l ନିଜର ଜ୍ଞାନ କୋଶଳରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବରେ ସସ୍କୃତ ଶିକ୍ଷା ଦାନରେ ଛାତ୍ରଛାତ୍ରୀ ମାନେ ପ୍ରାଞ୍ଜଳ ଭାବେ ବୁଝି ପାରୁଥିଲେ l ତାଙ୍କର ଉତ୍ତମ ବ୍ୟବହାର ଥିଲା I ବିଦାୟ ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ତାଙ୍କ ନିଜ ବାସଭବନକୁ ସସମ୍ମାନେ ନେଇଥିଲେ I ଶେଷରେ ଶିକ୍ଷକ ଶ୍ରୀ ଷଡଙ୍ଗୀ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ନିଜ ଗ୍ରାମ, ପଞ୍ଚାୟତ, ବ୍ଲକ ଓ ସ୍କୁଲ ର ନା ରଖିବ ବୋଲି କହିଥିଲେ lକର୍ଲାମୁଣ୍ଡା ରୁ ସୁଶାନ୍ତ ରଣା ଙ୍କ ରିପୋର୍ଟ ।
previous post
next post