ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂସ୍କୃତ ଶିକ୍ଷକ ପ୍ରଦିପ୍ତ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କର୍ଲାମୁଣ୍ଡା ମ ନି ସ  କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲର ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଷଡଙ୍ଗୀଙ୍କ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆଜକୁ ଦୀର୍ଘ ୩୫ ବର୍ଷ ହେବ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ l ସେ ବିଦ୍ୟାଳୟରେ ୧୯୮୬ ମସିହାରେ ଯୋଗ ଦେଇ ସଂସ୍କୃତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ l ବିଦାୟ ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶା, ବସନ୍ତ ପଟ୍ଟନାଏକ, ଶିକ୍ଷକ ପୂର୍ଣଶ୍ଚନ୍ଦ୍ର ରାଉତ, ଅମ୍ବିଲାଲ ସାହୁ, ଶାନ୍ତନୁ ପଧାନ ଉପସ୍ଥିତ ଥିଲେ l ନିଜର ଜ୍ଞାନ କୋଶଳରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବରେ ସସ୍କୃତ ଶିକ୍ଷା ଦାନରେ ଛାତ୍ରଛାତ୍ରୀ ମାନେ ପ୍ରାଞ୍ଜଳ ଭାବେ ବୁଝି ପାରୁଥିଲେ l ତାଙ୍କର ଉତ୍ତମ ବ୍ୟବହାର ଥିଲା I ବିଦାୟ ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ତାଙ୍କ ନିଜ ବାସଭବନକୁ ସସମ୍ମାନେ ନେଇଥିଲେ I ଶେଷରେ ଶିକ୍ଷକ ଶ୍ରୀ ଷଡଙ୍ଗୀ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ନିଜ ଗ୍ରାମ, ପଞ୍ଚାୟତ, ବ୍ଲକ ଓ ସ୍କୁଲ ର ନା ରଖିବ ବୋଲି କହିଥିଲେ lକର୍ଲାମୁଣ୍ଡା ରୁ  ସୁଶାନ୍ତ ରଣା ଙ୍କ ରିପୋର୍ଟ ।

Related posts

ବେଣୁଧର ସୂତାର ଙ୍କ କବିତା ଆମ ମାତୃଭାଷା

Sunil Chandra Nayak

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୁଁ

Sunil Chandra Nayak

Leave a Comment

error: Content is protected !!