ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାହାଡି ବୁଢ଼ା ନଦୀ ପୋଲ ନର୍ମାଣକ୍ୟାମ୍ପ୍ ରେ ଅଘଟଣ: କରେଣ୍ଟ ଲାଗି ଯୁବକ ମୃତ

ମ, ରାମପୁର,୨୧/୬ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଲାହାଡ଼ି ଗ୍ରାମ ନିକଟ ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍ ରେ ଅଘଟଣ ଘଟି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କ୍ୟାମ୍ପ ରେ ଥିବା ପେଟି ଠିକାଦାର କୋକସରା ଥାନା ର ଖୁନ୍ତିଆ ଗ୍ରାମ ର ତୁଳସୀ ରାମ୍ ଧାରୁଆ (ମଣ୍ଟୁ) ୩୬ ଓ ଅନ୍ୟମାନେ ନଦୀ ରେ ପାଣି ବଢ଼ିଲେ, ନଦୀ କୂଳ ରେ ଥିବା ସାମଗ୍ରୀ ଭାସି ଯାଇ ପାରେ ବୋଲି ଆଶଙ୍କା କରି ସାମଗ୍ରୀ ଉଦ୍ଧାର କରି ଆଣିବାକୁ ଯିବା ସମୟ ରେ ମୃତକ କ୍ୟାମ୍ପ ରେ ଥିବା ଡିଜି( ଜେନେରେଟର) ଅନ୍ କରିବାକୁ ଯିବା ବେଳେ ସର୍ଟ ସର୍କିଟ ଯୋଗୁଁ ଝଟକା ଲାଗିଥିଲା । ସେ ଛିଟିକି ପଡ଼ିବା ସହ ତାଙ୍କ ଉପରେ ବିଦ୍ୟୁତ୍ ତାର ପଡ଼ିଥିଲା । ପରେ ତାଙ୍କୁ ଉଦ୍ଧାର କରି ମ, ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁଆଣି ଭର୍ତ୍ତି କରିଥଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମ, ରାମପୁର ଥାନା ରେ କେସ ନମ୍ୱର୍ ୧୫୫/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ଜୟ ଦେବ ତାରିଣୀ ସୂଚନା ଦେଇଛନ୍ତି । ଶବବ୍ୟବଚ୍ଛଦପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ତେବେ ବର୍ଷା ହେବା ପରେ ମୃତକ ଜେନେରେଟର ଅନ୍ କଲା ବେଳେ କେମିତି ସତର୍କ ରହିଲେ ନାହିଁ, କ୍ୟାମ୍ପ ରେ ଜେନେରେଟରକୁ ସୁରକ୍ଷିତ ସ୍ଥାନ ରେ ବର୍ଷା ପୂର୍ବ ରୁ କାହିଁକି ରଖା ଯାଇ ନ ଥିଲା, ତାକୁ ନେଇ ସାଧାରଣ ରେ ଠିକାଦାର ଙ୍କ ଅବହେଳା କୁନେଇ ଆଲୋଚନା ହେଉଛି ।

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

Sunil Chandra Nayak

ଦରଦାମ ବୃଦ୍ଧି କୁ ନେଇ ସଦର ବ୍ଲକ ମାଣିଙ୍ଗ ହାଟ ରେ କଂଗ୍ରେସ ର ହଲ୍ଲାବୋଲ 

Sunil Chandra Nayak

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!