ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଓ ମଧୁପୁର ରାସ୍ତା ମଝିରେ ଏକ ଘରୋହୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

ମୟୂରଭଞ୍ଜ -୦୧/୦୯/୨୨(ମସିହା)  ଆଜି ଗୁରୁବାର ସକାଳ ୧୦ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ସ୍ଥିତ ଭୋଳବେଡା ଓ ମଧୁପୁର ଦେଇ ଯାଇଥିବା ୫୦ ନମ୍ଵର ରାଜ୍ୟ ରାଜପଥ ମଝିରେ ଝୁନା ନାମକ OD11E -4415 ନମ୍ବର ଯାତ୍ରୀବାହୀ ୪୦୭ ରାସ୍ତା କଡ଼କୁ ଓହ୍ଲାଇ ଯାଇ ଦୃର୍ଘଟଣାର ଶିକାର ହୋଇଅଛି।୪୦୭ ଟି ରାଇରଙ୍ଗପୁର ରୁ ନୂଆଁ ଗାଁ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ଥିବା ସୂଚନା ମିଳିଛି। କଣ୍ଡକ୍ଟର କହିବା ମୁତାବକ ଗାଡ଼ିର ଷ୍ଟିୟରିଙ୍ଗ ଅକାମୀ ହୋଇ ଯିବା ଫଳରେ ଡ୍ରାଇଭର ଗାଡ଼ିକୁ ସମ୍ଭାଳି ନପାରି ରାସ୍ତା କଡ଼କୁ ଓହ୍ଲାଇ ଦେଇଛନ୍ତି। ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ ।ଗାଡ଼ିରେ ଥିବା ଯାତ୍ରୀ ସହିତ ଗାଡ଼ିର ଡ଼୍ରାଇଭର, କଣ୍ଡକ୍ଟର ଓ ହେଲ୍ଫର କାହାର କୈାଣସି କ୍ଷୟକ୍ଷତି ହୋଇନଥିବା କଣ୍ଡକ୍ଟର ପ୍ରକାଶ କରିଛନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହିମା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

Sunil Chandra Nayak

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

Leave a Comment

error: Content is protected !!