ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶକ୍ତିଦା ବିଷୋୟୀ ଙ୍କ କବିତା କ୍ଷୁବ୍ଧ ପ୍ରକୃତି

 କ୍ଷୁବ୍ଧ ପ୍ରକୃତି

ଶକ୍ତିଦା ବିଷୋୟୀ

 

ଏ ସୃଷ୍ଟି ପ୍ରକୃତି ସୈ।ନ୍ଧର୍ଯ୍ଯ ଧରିତ୍ରୀ

        ପ୍ରକୃତି ର ସୃଷ୍ଟି କୃତି

ଜୀବ ଜଗତ ଙ୍କ ଭରି ଆବଶ୍ୟକ

        ଅଜାତିର ସମ୍ପତ୍ତି।।୧

 

ବିଶାଳ ସଂସାରେ ପୁରି ହୋଇ ଅଛି

          ପ୍ରାକୃତିକ ଅବଦାନ

ତା ଦୁରୁପଯୋଗ ଦୁର୍ଭାଗା ମାନବ

          କରି ଚାଲିଛି ବିପନ୍ନ।।୨

 

ଆଧୁନିକ ବଶେ ନର ଅବଶୋଷେ

         କାଟି ଲତା ପାଦପକୁ

ଧରଣୀ ବନାନୀ ସଫା ହୋଇଲାଣି

        ଶୋଷଣଇ ପ୍ରକୃତି କୁ।।୩

 

ସୁନ୍ଦର ପ୍ରକୃତି କ୍ଷୁବ୍ଧ କରୁଅଛି

       ପରିବେଶ ପ୍ରଦୂଷଣ

ନାହିଁ ତ ଆତ୍ମୀୟ ସପ୍ରେମ ହୃଦୟ

        ଅଶାନ୍ତ ବାତାବରଣ।।୪

 

ହିଂସା ଦ୍ୱେଷ ପାପ ଅତ୍ୟାଚାର ଭାର

        ଆତଙ୍କିତ ଆଜି ମହୀ

ବିକ୍ଷୁବ୍ଧ ପ୍ରକୃତି କାନ୍ଦୁଛି ଧରିତ୍ରୀ

        ଡାକ ଛାଡେ ତ୍ରାହି ତ୍ରାହି।।୫

ସୋରଡ଼ା ,ଗଞ୍ଜାମ

 

Related posts

ମଦ୍ୟପାନ ଭଳି ତମାଖୁ ସେବନରେ ଓଡିଶା ଆଗରେ…

ସାହିତ୍ୟ ଅଗଣା

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!