ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୀ ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ୍

ଘରୋଇ ବସ୍ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ନିଷ୍ପତ୍ତି

ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ । ତେବେ ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେ ଏହି ସ୍ବତନ୍ତ୍ର ବସ ସେବା ରଥଯାତ୍ରା ପୂର୍ବଦିନ (ଜୁନ୍ ୩୦ ତାରିଖ), ରଥଯାତ୍ରା ଦିନ(ଜୁଲାଇ ୧ତାରିଖ), ରଥଯାତ୍ରା ପରଦିନ(ଜୁଲାଇ ୨ତାରିଖ), ବାହୁଡା ପୂର୍ବଦିନ(ଜୁଲାଇ ୮ତାରିଖ), ବାହୁଡ଼ା ଦିନ (ଜୁଲାଇ ୯ତାରିଖ), ସୁନାବେଶ(ଜୁଲାଇ ୧୦), ସୁନାବେଶ ପରଦିନ(ଜୁଲାଇ ୧୧) ଏହିପରି ୭ଦିନ ଧରି ଦିନରାତି ଉପଲବ୍ଧ ହେବ। ସମସ୍ତ ବସ୍ ପୁରୀର ତାଳବଣିଆଠାରେ ରହିବ। ଯାତ୍ରୀଙ୍କ ସୁବିଧା ପାଇଁ କଟକ, ପୁରୀ ଓ ଭୁବନେଶ୍ବରରେ ସୂଚନା କେନ୍ଦ୍ର ଖୋଲାଯିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

Sunil Chandra Nayak

ଜନାର୍ଦ୍ଦନ ପଲେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!