ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରଆରବି ପରୀକ୍ଷା ପାଇଁ ରେଳବାଇ ପକ୍ଷରୁ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା

ଆରଆରବି ପରୀକ୍ଷା ପାଇଁ ରେଳବାଇ ପକ୍ଷରୁ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା । ଏହା ସହ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଅନ୍ୟ ରାଜ୍ୟ ମାନଙ୍କରୁ ବିଭିନ୍ନ ରାଜ୍ୟକୁ ବି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଯିବାକୁ ଥିବା ୬ ଯୋଡ଼ା ଟ୍ରେନ୍ ହେଲା ସମ୍ବଲପୁର-ଟାଟାନଗର-ସମ୍ବଲପୁର, ସମ୍ବଲପୁର-ଦୁର୍ଗ-ସମ୍ବଲପୁର, ବିଶାଖାପାଟଣା-ଜବଲପୁର-ବିଶାଖାପାଟଣା, ଭୁବନେଶ୍ୱର-ହାୱଡ଼ା-ଭୁବନେଶ୍ୱର, ଭଦ୍ରକ-ଗୁଣ୍ଟୁର-ଭଦ୍ରକ, ଭୁବନେଶ୍ୱର-ତାମ୍ବରମ୍ (ଚେନ୍ନାଇ)-ଭୁବନେଶ୍ୱର ପରୀକ୍ଷା ସ୍ବତନ୍ତ୍ର ଟ୍ରେନ। ସେପଟେ ୦୮୩୦୫/୦୮୩୦୬ ସମ୍ବଲପୁର-ଟାଟା ନଗର-ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ ସମ୍ବଲପୁରରୁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଛାଡ଼ି ଟାଟା ଅଭିମୁଖେ ଯାତ୍ରା କରିବ। ସେହିପରି ଫେରିବା ମାର୍ଗରେ ଏହି ଟ୍ରେନ୍ ଟାଟାରୁ ୧୨ ତାରିଖ ରାତି ୮ଟାରେ ଟାଟା ଛାଡିବ। ଏହା ଉଭୟ ଯିବା ଓ ଆସିବାବେଳେ ରେଢ଼ାଖୋଲ, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଯଖପୁରା, କେନ୍ଦୁଝରଗଡ଼ ଆଦି ଷ୍ଟେସନରେ ରହଣି କରିବ।୦୮୩୦୧/୦୮୩୦୨ ସମ୍ବଲପୁର-ଦୁର୍ଗ-ସମ୍ବଲପୁର ବିଶେଷ ଟ୍ରେନ ସମ୍ବଲପୁରରୁ ୧୦ ତାରିଖ ରାତି ୮ଟା ୩୦ରେ ଛାଡ଼ି ଦୁର୍ଗ ଅଭିମୁଖେ ଯାତ୍ରା କରିବ।

ଫେରିବା ମାର୍ଗରେ ଦୁର୍ଗରୁ ୧୧ ତାରିଖ ରାତି ୯ଟାରେ ଦୁର୍ଗ ଛାଡ଼ିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ବରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ହରିଶଙ୍କର ରୋଡ଼, ଖରିଆର ରୋଡ଼, ବାଗବାହାରା, ମହାସମୁନ୍ଦ, ଲାଖୋଲି, ରାଇପୁର ଆଦି ଷ୍ଟେସନରେ ରହଣି କରିବ।୦୮୫୦୧/୦୮୫୦୨ ବିଶାଖାପାଟଣା-ଜବଲପୁର-ବିଶାଖାପାଟଣା ଟ୍ରେନ୍ ବିଶାଖାପାଟଣାରୁ ୧୦ ତାରିଖ ଦିନ ୧୦ଟା ୪୫ରେ ଛାଡ଼ି ବ୍ରହ୍ମପୁର, ଭୁବନେଶ୍ବର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ରୋଡ୍, ବିଲାସପୁର, କଟନି ଦେଇ ଜବଲପୁରରେ ପହଞ୍ଚିବ। ଫେରନ୍ତା ମାର୍ଗରେ ଜବଲପୁରରୁ ଦିନ ୧ଟା ୩୫ରେ ଛାଡ଼ି ସମାନ ମାର୍ଗରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ।ଏହା ବ୍ୟତୀତ ଭୁବନେଶ୍ବର-ହାୱଡ଼ା ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍ ୧୧ ତାରିଖ ରାତି ୯ଟାରେ ଭୁବନେଶ୍ବରରୁ, ଭଦ୍ରକ-ଗୁଣ୍ଟୁର-ଭଦ୍ରକ ସ୍ବତନ୍ତ୍ର ଟ୍ରେନ୍ ୧୦ ତାରିଖ ରାତି ୯ଟାରେ ଭଦ୍ରକରୁ, ଭୁବନେଶ୍ବର-ତାମ୍ବରମ-ଭୁବନେଶ୍ବର ଟ୍ରେନ୍ ୧୧ ତାରିଖ ଦିନ ୧୦ଟା ୩୦ରେ ଭୁବନେଶ୍ବରରୁ ଛାଡ଼ିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କବିତା – ଜାଗ ମୋ ଉତ୍କଳ ମୁନା

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

Sunil Chandra Nayak

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!