Uncategorizedକବିତା ସାହୁ ଙ୍କ କବିତା ଅଭିଶପ୍ତ ଜୀବନ by Sunil Chandra NayakAugust 25, 20220192 Share0 ଅଭିଶପ୍ତ ଜୀବନ କବିତା ସାହୁ ଗ୍ରୀଷ୍ମର ରୌଦ୍ରତାପ ଠାରୁ ତୀକ୍ଷ୍ଣ ତୁମର ବାକ୍ଯ ବାଣ ଭେଦେ ଶରୀର । ଡହଡହ ଖରାରେ ଭୂମି ଫାଟି ଆଁ କରେ ବର୍ଷାର ଆଗମନେ ସବୁଜିମାରେ ଆଚ୍ଛାଦିତ ହସେ ଶୀତଳେ ଧରଣୀ । ମୋ ଜୀବନେ ଛାଇ ଯାଇଛି ଘୋର ଅନ୍ଧକାର ନା ଶାନ୍ତି ସାନ୍ତ୍ବନା ଶୀତଳ ପରଶ । ଖାଲି ମିଛ ନିନ୍ଦା ଅପମାନ ଅପବାଦ ସାର ପ୍ରତିକ୍ଷଣେ ଜୀବନ ମୋ ଭାଜି ହୁଏ ଉତ୍ତପ୍ତ ବାଲିରେ। ସହଜେ ବଞ୍ଚି ପାରୁଛି ନା ମରି ପାରୁଛି ତିଳ ତିଳ ହୋଇ ଖାଲି ଜଳୁଛି। ଆତ୍ମହତ୍ୟା କରିବି ପାରୁନି ପାଦରେ ମୋ ଶିକୁଳି ପଡିଛି। ଚାରିପାଖରେ ଆତ୍ମିୟ ସ୍ବଜନଙ୍କ ଭିଡ କିଛିକ୍ଷଣ ଏକାଲା ପଣର ଡର। ସବୁକିଛିର ଫେଣ୍ଟା ଫେଣ୍ଟିର ଦରଦକୁ ଆଞୁଳାରେ ଭରି ପିଉଛି ପିଇବି ଜୀବନ ସାରା ଏହା ବୋଧେ ଲେଖା କପାଳେ ମୋର। ଜୟପୁର