ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ଶ୍ରୀ ଜଗନ୍ନାଥଙ୍କ ଫଟୋ ଉତ୍ତୋଳନ ପାଇଁ ଯାଉଥିଲେ….

ନିଜେ ଫଟୋ ହୋଇଗଲେ

ଆଜି ସକାଳେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କର୧୦ ବର୍ଷର ଏକମାତ୍ର ଝିଅ ଓ ପତ୍ନୀ କଳ୍ପନା ଅଛନ୍ତି।

ସୂଚନା ଅନୁଯାୟୀ, ରଥଯାତ୍ରାର ଖବର ସଂଗ୍ରହ ପାଇଁ ଅଶୋକ ପଣ୍ଡା ନିଜ ବାଇକରେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ସେ ଛିଟିକି ହୋଇପଡ଼ିଥିଲେ। ସେଠାରୁ ତାଙ୍କୁ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ଏହାଛଡ଼ା ସେ କେତେକ ଜାତୀୟ ସମ୍ବାଦପତ୍ରରେ ବି କାର୍ଯ୍ୟ କରିଥିଲେ।

ସ୍ବର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ। ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କ୍ରେଡିଟ ଏକସିସ ଗ୍ରାମୀଣ କୋଟା ପକ୍ଷରୁ ଥାନାକୁ ଉପହାର ପ୍ରଦାନ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପୁଜା ରାଣୀ ନାୟକ ଙ୍କ କବିତା ମଣିଷ

Sunil Chandra Nayak

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

Leave a Comment

error: Content is protected !!