ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଫଗାଁ ରେ ଦଣ୍ଡପଟିଆଣି ଦେବୀ ଙ୍କ ଦଶହରା, ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡ଼୍ୟାନ୍ସ ଅନୁଷ୍ଠିତ

କୋକସରା,୧୨/୧୦- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ରେ ଦେବୀ ଦଣ୍ଡପାଟିଆଣି ଙ୍କ ବାର୍ଷିକ ଦଶହରା ଅନୁଷ୍ଠିତ ହୋଇ ଯାଇଛି । ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ ଲାଠି ସ୍ୱାଗତ ଓ ସନ୍ଧ୍ୟାରେ ଦେବୀ ଙ୍କ ଲାଠିଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ନିଲାମ୍ବର ବାରିକଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ , ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଫୁଫଗାଁ ପଞ୍ଚାୟତ ସରପଞ୍ଚ ଗଜାନନ ପୁଝାରି, ସମାଜସେବୀ ପ୍ରଣବ କୁମାର ବେହେରା, ସମାଜସେବୀ ବଣ୍ଟି ଅଗ୍ରୱାଲ ଯୋଗଦେଇ ମଞ୍ଚ ଉଦଘାଟନ କରିବା ସହ ଦଶହରା ପର୍ବର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ରେକର୍ଡ ଡ଼୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶହରା ପୂଜା କମିଟି ସମ୍ପାଦକ ମୌସୁମି କାନ୍ତ ପଟେଲ, କାଶୀନାଥ ପୁଝାରି, ବୈକୁଣ୍ଠ ଜାଲ, ହେମନ୍ତ ଜାଲ, ମନୁରାଜ ପଟେଲ, ଶିବରାମ ନାଏକ, ଗୋବିନ୍ଦ ଶବର, ପ୍ରଭୁଲାଲ ପଟେଲ, ଖଗେଶ୍ୱର ପୁଝାରି, ଶରତ ପୁଝାରି ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।

Related posts

ଭାରତର ଅଗ୍ରଣୀ ଓଡିଆ ମନୋରଂଜନ ଚ୍ୟାନେଲ – ଜୀ ସାର୍ଥକ ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ଉପସ୍ଥାପନ କରୁଛି

Sunil Chandra Nayak

ଜିଲ୍ଲାପାଳ ଙ୍କ କଲମପୁର ବ୍ଳକ ଗସ୍ତ – ୪ଟି ବିଦ୍ୟାଳୟ ପରିଦର୍ଶନ କଲେ

Sunil Chandra Nayak

ଶିକ୍ଷା ପ୍ରେରକ ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!