ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାରରୁ 60 କେଜି ଗଞ୍ଜେଇ ଜବତ, 2 ଗିରଫ

ପାପଡାହାଣ୍ଡି, 12/10, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ହାଟ ପଦା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାରରୁ 60 କିଲୋ ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ | କୋରାପୁଟ ଜିଲ୍ଲା ସେମଲିଗୁଡା ଅଞ୍ଚଳ ରୁ ପାପଡାହାଣ୍ଡି ଦେଇ ରାୟପୁର ଛତିଶଗଡ ରାଜ୍ୟ କୁ ଚାଲାଣ ହେଉଥିବା ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ ବୁଧବାର ଦିନ ସେମଲିଗୁଡା ଅଞ୍ଚଳ ରୁ ଏକ କାର ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପାପଡାହାଣ୍ଡି ପୋଲିସ କୁ ବିଶେଷ ସୂତ୍ରରୁ ଖବର ମିଳିଥୁଲା | ତେବେ ମଇଦଳପୁର ପୋଲିସ ହାଟ ପଦା ନିକଟରେ ଗାଡି ଯାଞ୍ଚ କରୁଥିଲା | ଏହି ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କାର (OR07V2199) ସନ୍ଦେହ ରେ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ କାର ରୁ ଗଞ୍ଜେଇ ରହିଥିବା ସହ ଡ୍ରାଇଭର ଜଣକ ସହ ତାଙ୍କ ସାଥି କୁ ଗିରଫ କରି ମଇଦଳପୁର ଫାଣ୍ଡି କୁ ଆଣିଥିଲା | ସନ୍ଧ୍ୟା ସମୟରେ ମଇଦଳପୁର ଠାରେ ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ ଙ୍କ ଉପସ୍ଥିତ ରେ ଜବତ ଗଞ୍ଜେଇ ଓଜନ କରିବାରୁ ସେଥିରୁ 60 କିଲୋ ଗଞ୍ଜେଇ ଜବତ ରହିଥିବା ଜଣାପଡିଥିଲା | ଅଟକ ବ୍ୟକ୍ତି ସେମଲିଗୁଡା ଗ୍ରାମର ସୁବେନ୍ଦୁ କୁମାର ପତି (42) ଓ ଅନିଲ ଡଙ୍ଗୁଆ (36) ବୋଲି ଜଣାପଡିଛି | ଏନେଇ ପାପଡାହାଣ୍ଡି ଥାନା କେସ ନମ୍ବର 164/22 ରେ ମାମଲା ରୁଜୁ ହୋଇଛି । ଆସନ୍ତା କାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି | ଗାଡି ଯାଞ୍ଚ ସମୟରେ ମଇଦଳପୁର ଫାଣ୍ଡି ଅଧିକାରୀ ଡି ଦେବୀ କୁମାର,ଏ ଏସଆଇ ହରିହର ଭତରା ଜି. ପୂଜାରୀ, ପ୍ରଦୀପ ରନ୍ଧାରୀ, ଏସ ବାଘ ଓ ଆଇଆରବି ଷ୍ଟାଫ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଜୟ କୁମାର ମିଶ୍ର ଙ୍କ କବିତା  ଦାଣ୍ଡ ଝରକା, ମଉନସଖା 

Sunil Chandra Nayak

ଭାରତୀୟ ସଂସ୍କୃତ ସାହିତ୍ୟ ଶୀର୍ଷକରେ ଆଲୋଚନା ଚକ୍ର

Sunil Chandra Nayak

କେସିଙ୍ଗା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ

Leave a Comment

error: Content is protected !!