ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

କୋକସରା,୧୩/୦୮- (ମ ନି ସ) ପ୍ରାଥମିକ ଶିକ୍ଷାରୁ ଆଜି ମଧ୍ୟ ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହୋଇ ରହିଛନ୍ତି। ଶିକ୍ଷାର ମୁଲ୍ୟବୋଧ କୁ ଉପଲବ୍ଧି କରିନପାରି ଅଶିକ୍ଷିତ ହୋଇ ରହିଛନ୍ତି। ଫଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରୁନାହାନ୍ତି। ଏହି ବର୍ଗର ୬ ବର୍ଷ ରୁ ୧୮ ବର୍ଷ ବୟସର ପାଠତ୍ୟାଗ କରି ଘରେ ରହିଥିବା ପିଲାଙ୍କୁ ସ୍କୁଲ ମୁହାଁ କରିବା ସହ ସାକ୍ଷର କରିବା ପାଇଁ କଳାହାଣ୍ଡି ଜିଲ୍ଲା ସାଥ ଟିମ ଓ କୋକସରା ବ୍ଲକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆସ ଆମେ ଇସ୍କୁଲ ଜିମା ସଚେତନତା କାର୍ଯ୍ୟକ୍ରମ କୋକସରା ବ୍ଲକ ଆମପାଣି ଶିକ୍ଷା ବିଭାଗ କ୍ଲଷ୍ଟର ଅଧୀନରେ ଥିବା ବଣ ପାହାଡ଼ ଘେରା ନୂଆଗାଁ, ଝୁଲେନବର, ପାତ୍ରବସା ଗ୍ରାମ ପରିଦର୍ଶନ କରି ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ରହିଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଭେଟି ଶିକ୍ଷାର ମହତ୍ତ୍ୱ ଓ ଗୁରୁତ୍ୱ ବୁଝାଇବା ସହ ପୁଣିଥରେ ସ୍କୁଲ ଛାଡିବାକୁ ସଚେତନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଶିକ୍ଷାଧିକାରୀ ନେପାଳ ବାଗ ଅତିରିକ୍ତ ଶିକ୍ଷାଧିକାରୀ ତୋଫାନ ମାଝୀ, ଜିଲ୍ଲା ସାଥ ଟିମର ବ୍ଲକ ସଂଯୋଜକ କୌଶଳ କିଶୋର, ସୁପ୍ରିୟା କୁମାରି କୋକସରା ବ୍ଲକର ୧୧ କ୍ଲଷ୍ଟରରେ କାର୍ଯ୍ୟରତ ସିଆରସିସି ଉପସ୍ଥିତ ରହିଥିଲେ।

Related posts

ମୁଣ୍ଡରା ଗୁଡା ସ୍କୁଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୁରରେ 63 ତମ ପୋଲିସ ଦିବସ ପାଳିତ 

Sunil Chandra Nayak

ମାଁ କଳସୀ ଠାକୁରାଣୀ  ଙ୍କ ପୀଠରେ ସାତପାଲି ଗ୍ରାମ ରାଇଘର ର ଭାଦ୍ରବ ଯାତ୍ରା ଅନୁଷ୍ଠିତ       

Sunil Chandra Nayak

Leave a Comment

error: Content is protected !!