ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଆଞ୍ଚଳିକ

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ 

ନବରଙ୍ଗପୁର :(ତା ୨୨.୬.୨୦୨୬)(ରବି ନାରାୟଣ ମହାନ୍ତି)– ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମାପନୀ ଉତ୍ସବ ଆଜି ନବରଙ୍ଗପୁର ପୋଲିସ୍ ପଡିଆ ପରିସରେ ବ୍ୟାପକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବରଙ୍ଗପୁର ସୁନୀଲ ଖରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଷାଗୁମୁଡା ଆଶିଷ ତ୍ରିପାଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତେନ୍ତୁଳୀଖୁଣ୍ଟି ମନୋଜ ପାଣିଗ୍ରାହୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ,କୃଷି ଅଧିକାରୀ ଯୋଗମୟୀ ପଟ୍ଟନାୟକ,ପ୍ରାଣୀ ସମ୍ପଦ ଚିକିତ୍ସକ ସ୍ମିତାଶ୍ରୀ ପଟ୍ଟନାୟକ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏସ ଭବାନୀ ରେଡ୍ଡୀ,ବିଧାୟକ ନବରଙ୍ଗପୁର ପ୍ରତିନିଧି ଦେବଦାସ ମହାଙ୍କୁଡଙ୍କ ସମେତ ବିଭାଗୀୟ ଅଧିକାରୀ ,ଜନପ୍ରତିନିଧି ,ସ୍କୁଲ ଛାତ୍ର ଛାତ୍ରୀ, ହିତାଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ହିତାଧିକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କରାଗଲା।ମୁଖ୍ୟ ଅତିଥିଙ୍କ ଦ୍ୱାରା ଆଜି ମୋଟ ୨୯୫ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ସହାୟତା ଓ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲ। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧୀନରେ ୫୦ ଜଣ ହିତାଧିକାରୀଙ୍କୁ ସ୍ୱାମିତ୍ୱ ସମ୍ପତ୍ତି କାର୍ଡ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୬୮ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ,ଖାଦ୍ୟ ଓ ଯୋଗାଣ ବିଭାଗ ର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ୫୩ ଜଣ ହିତାଧିକାରୀ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ୯୧ ଜଣ ହିତାଧିକାରୀଙ୍କୁ ନୂତନ ମଧୁବାବୁ ପେନ୍‌ସନ୍ ,ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧୀନରେ ୧ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସେଭଳି  ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧୀନରେ ୧ ଜଣ ହିତାଧିକାରୀଙ୍କୁ ବାୟୋଫ୍ଲୋକ୍ ମତ୍ସ୍ୟଚାଷ ପାଇଁ ସହାୟତା ପ୍ରଦାନ କରାଯାଇଥିଲା।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୩୦ ଜଣ ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟ ମୋବାଇଲ୍ ଫୋନ୍ ବିତରଣ କରାଯାଇଥିଲା, ଯାହା ସେମାନଙ୍କ ଡିଜିଟାଲ୍ କାର୍ଯ୍ୟ ପରିଚାଳନାରେ ସହାୟକ ହେବ।ଜାତୀୟ ସ୍ତରୀୟ ଗ୍ରାମ ସଭାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା *ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ହିର୍ଲିକୁ ମୁଖ୍ୟ ଅତିଥି ଗୌରୀ ଶଙ୍କର ମାଝୀ ପୁଷ୍ପଗୁଚ୍ଛ ଓ ପ୍ରଶସ୍ତି ପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଏହି ଉପଲବ୍ଧି ପାଇଁ ସମଗ୍ର ଜିଲ୍ଲା ଗର୍ବିତ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି _”ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଗତି ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଆଜି ପ୍ରଦାନ କରାଯାଇଥିବା ୨୯୫ରୁ ଅଧିକ ସହାୟତା ଏହାର ଜ୍ୱଳନ୍ତ ଉଦାହରଣ। ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନାର ଲାଭ ସିଧାସଳଖ ପହଞ୍ଚାଇବା। ‘ବିକାଶର ଧାରା, ଓଡିଶା ସାରା’ ଏବେ ନବରଙ୍ଗପୁର ରେ ବାସ୍ତବତା ପାଲଟିଛି।”_ଆଗାମୀ ଦିନରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି କ୍ଷେତ୍ରରେ ଆହୁରି ବଡ଼ ପ୍ରକଳ୍ପ ଆରମ୍ଭ ହେବ ବୋଲି କହିଥିଲେ।ବ୍ଲକ୍ କୃଷି ଅଧିକାରୀ ଲୋପାମୁଦ୍ରା ସାହୁ ଜୈବିକ ଓ ପ୍ରାକୃତିକ କୃଷିକୁ କିଭଳି ସରକାର ପ୍ରାଧାନ୍ୟ ଦେଉଛନ୍ତି ତା ଉପରେ କହିବା ସହ ଜିଲ୍ଲାର ଉପସ୍ଥିତ ଚାଷୀଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବା ପ୍ରଣାଳୀ ଉପରେ ବିଶେଷ ତଥ୍ୟ ରଖିଥିଲେ।ସମାପନୀ ଉତ୍ସବରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ, ଆଦିବାସୀ ଲୋକଗୀତ ଗାନ କରାଯାଇଥିଲା, ଯାହା ଉପସ୍ଥିତ ଜନସାଧାରଣଙ୍କୁ ମୁଗ୍ଧ କରିଥିଲା।ଜି ଭି ଭି ରଞ୍ଜିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବରଙ୍ଗପୁର ସୁନୀଲ ଖରା ସମସ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଢଉଗାଁ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

masiha

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!