ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର ରୂପି ନାରାୟଣଙ୍କ ସେବା ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ସହ ଆଶ୍ରମ କର୍ମକର୍ତ୍ତ ମାନଙ୍କ ମହାନତା

ନର ରୂପି ନାରାୟଣଙ୍କ ସେବା ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ସହ ଆଶ୍ରମ କର୍ମକର୍ତ୍ତ ମାନଙ୍କ ମହାନତା 

 ନବରଙ୍ଗପୁର:(୨୫|୬)(ରବି ନାରାୟଣ ମହାନ୍ତି)ଗତ ତା: ୨୧.୦୬.୨୦୨୬, ରବିବାର ଅନ୍ଧାର ବର୍ଷା ରାତିରେ ପାତ୍ର ମୁଣ୍ଡା ଜାତୀୟ ରାଜପଥ -୨୬ ର ବନ ଦୁର୍ଗା ମନ୍ଦିରର ନିଛାଟିଆ ପରିସର ମଧ୍ୟରେ ଭୋକ ଶୋଷରେ ମନ୍ଦିରର ବନ୍ଦ କବାଟକୁ ଲାଗି ବାହାରେ ବସି ଥିବା ; ନାରୀ ରୂପୀ ନାରାୟଣୀ, ପ୍ରାୟ ୫୫ ବର୍ଷୀୟା, ଅଚିହ୍ନା, ମାନସିକ ବିକଳାଙ୍ଗ ସ୍ତ୍ରୀ ଲୋକ ଜଣକୁ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରୁ ଯାଇ, ଆମେ ପାଞ୍ଚ ଜଣ ତା ନିକଟରେ ଜଗି ରହି ; ପୋଲିସ୍ ହେପାଜତରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଳା ସଦରମହକୁମା ଡାକ୍ତରଖାନା ର ୱାନ ଷ୍ଟପ୍ ସେଣ୍ଟର କୁ ରାତି ନଅଟାରେ ( ଚାରି ପାଞ୍ଚ ଜଣଙ୍କୁ ଫୋନ୍ କରି ଜିଲ୍ଳା ସଦର ମହକୁମା ଡାକ୍ତରଖାନାର ଉଲ୍ଲିଖିତ ସୂଚନା ପାଇବା ପରେ ) ପଠାଇ ଦେଲୁ । ” ସେଠାରେ ନାରୀ ଜଣକ ଭଲରେ ଥାଆନ୍ତୁ, ପରେ ଉଚିତ ଚିକିତ୍ସା ମାଧ୍ୟମରେ ଭଲ ବି ହୋଇ ଯାଆନ୍ତୁ ” ଅନାଥର ନାଥ ଶ୍ରୀନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଚରଣରେ ଏତିକି ମୋର ନମ୍ର ନିବେଦନ ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ଏହା ହେଉଛି- ସାକ୍ଷାତ ଦେବୀଙ୍କ ପୂଜା ବା ସେବା* ଆଶ୍ରମ ଅଧ୍ୟକ୍ଷ ଡ ନୀଳକଣ୍ଠ ପାଢ଼ୀଙ୍କ ପୈ।ରହିତ୍ୟରେ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି – ଇନ୍ଦୁମତୀ ପାଢୀ, ନୂତନା ନନ୍ଦ ପାଢ଼ୀ, ପ୍ରଦ୍ୟୁମ୍ନ ଚଲାଣ , ବିକାଶ ରଞ୍ଜନ ପାଢ଼ୀ ପ୍ରମୁଖ ଆଶ୍ରମ ସଦସ୍ୟ ଗଣ। ଆଶ୍ରମ ଅଧ୍ୟକ୍ଷ ଓ ଅନ୍ୟ ଚାରିଜଣ କର୍ମକର୍ତ୍ତା ମାନଙ୍କ ଏପରି ମାନବିକତା କୁ ସବୁରି ମୁହଁରେ ପ୍ରଶଂଶନୀୟ ହୋଇ ଉଠିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

କାମାକ୍ଷାନଗର ମେଡ଼ିକାଲରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ ଦେଖାଇଲା ଅଗ୍ନିଶମ ବିଭାଗ

Sunil Chandra Nayak

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!