ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନାରେ ଯୋଗ ଦେଲେ ମହିଳା ଥାନା ଅଧିକାରୀ:ତାଙ୍କ ଯୋଗ ଦାନରେ ଖେଳି ଯାଇଛି ଖୁସିର ଜୁଆର 

ଡାବୁଗାଁ ଥାନାରେ ଯୋଗ ଦେଲେ ମହିଳା ଥାନା ଅଧିକାରୀ:ତାଙ୍କ ଯୋଗ ଦାନରେ ଖେଳି ଯାଇଛି ଖୁସିର ଜୁଆର 

ନବରଙ୍ଗପୁର:(୧୨|୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ନୂତନ ଥାନା ଅଧିକାରୀ ଭାବେ ମହିଳା ଥାନା ଅଧିକାରୀ ଶ୍ରୀମତୀ ଲଛମି ପରଜା ଯୋଗ ଦାନ କରି ଉକ୍ତ ପଦବୀକୁ ପୂରଣ କରିଛନ୍ତି l ଏହା ପୂର୍ବରୁ ଥାନା ଅଧିକାରୀ ଭାବେ ରଘୁନାଥ ମାଝୀ ଯୋଗ ଦାନ କରିଥିଲେ l ଥାନା ହାଜତରେ ଅଭିଯୁକ୍ତ ଆତ୍ମ ହତ୍ୟା ଘଟଣାରେ ଶ୍ରୀଯୁକ୍ତ ମାଝୀ ଙ୍କୁ ସସପେଣ୍ଡ କରାଯାଇ କୋରାପୁଟ ଡି ଆଇ ଜି ଙ୍କ କାର୍ଯ୍ୟାଳୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ସେଠାରେ ଅବସ୍ଥାପିତ କରାଯାଇଛି l ଏହି ପଦବୀ ଖାଲି ହୋଇଥିବା ବେଳେ ଉକ୍ତ ମହିଳା ଥାନା ଅଧିକାରୀଙ୍କୁ ଡାବୁଗାଁ ଥାନାରେ ଦାୟିତ୍ଵ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ ଡାବୁଗାଁରେ ଯୋଗଦାନ କରିଛନ୍ତି l ଆଜି ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଡ଼ାକି ଏକ ସମ୍ମିଳନୀ କରାଇ ସମସ୍ତଙ୍କ ସହଯୋଗ କାମନା କରି ଥାନା କାର୍ଯ୍ୟ ଆଗେଇ ନେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତଙ୍କ ସହଯୋଗରେ କାମ କରିବା ସହଜ ହୋଇ ପାରିବ l ଆଜି ଡାବୁଗାଁ ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତା ଥାନା ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ଓ ସମସ୍ତ କାର୍ଯ୍ୟରେ ସହଯୋଗ କାମନା କରିଥିଲେ l ତାଙ୍କ ଯୋଗଦାନରେ ଅଧିକାରୀ,କର୍ମଚାରୀ ମହାଲାରେ ଖୁସିର ଜୁଆର ଖେଳିଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ

Sunil Chandra Nayak

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞଙ୍କ ସ୍ମୃତିରେ ଧର୍ମଗଡରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ,ଓଡ଼ିଶା, ରାଇରଙ୍ଗପୁର ତରଫରୁ ଜାତୀୟ ଆଲୋଚନା ଚକ୍ର ” ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ”

masiha

Leave a Comment

error: Content is protected !!