ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ଓଲଟିଲା ଆଲୁମିନିୟମ ବୋଝେଇ କଣ୍ଟେନର, ୧୨ ଘଣ୍ଟା ହେଲା ରାସ୍ତା ଅବରୋଧ

ଲାଞ୍ଜିଗଡ଼,୧୭/୦୭(ମନିସ)-ଆଜି ସକାଳୁ ସକାଳୁ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟି ନିକଟସ୍ଥ ଏକ ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ଏକ ଆଲୁମିନିୟମ ବୋଝେଇ କଣ୍ଟେନର ! ରାୟଗଡ଼ା ପଟୁ ଝାରସୁଗୁଡ଼ା ଯାଉଥିବାବେଳେ କଣ୍ଟେନରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଏଥିରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି ! ତେବେ ଓଲଟି ପଡ଼ିଥିବା କଣ୍ଟେନରଟି ରାସ୍ତା ମଝିରେ ପଡ଼ିରହିଥିବାରୁ ଆଜି ସକାଳୁ ରାସ୍ତା ଅବରୋଧ ଭଳି ପରିସ୍ଥିତି ସ୍ରୁଷ୍ଟି ହୋଇଛି ! ରାସ୍ତାର ଉଭୟ ପାର୍ଶ୍ବରେ ଏବେ ଶହଶହ ଭାରୀଯାନ ଅଟକି ରହିଥିବା ଦେଖିବାକୁ ମିଳିଛି ! ଘଟଣାସ୍ଥଳରେ ବିଶ୍ବନାଥପୁର ପୁଲିସ ଉପସ୍ଥିତ ଥିବାବେଳେ ଖବର ଲେଖାଯିବା ସୁଦ୍ଧା ରାସ୍ତା ଅବରୋଧ ହଟିନାହିଁ ! ସୂଚନାଯୋଗ୍ୟ, ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ଏଇ ଆନ୍ତଃରାଜ୍ୟ ରାଜପଥର ଛତିକୁଡ଼ା ଛକରୁ ପୋଖରୀବନ୍ଧ ଛକ ଯାଏଁ ରାସ୍ତା ବିପଦସଂକୁଳ ପାଲଟିଥିବାବେଳେ ଦିନାତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି ! ତେବେ ଠିକାଦାରଙ୍କ ନିମ୍ନମାନର କାମ ଓ ପୂର୍ତ୍ତ ବିଭାଗର ଭୁଲ୍ ଇଞ୍ଜିନିୟରିଂ ଡିଜାଇନ୍ ଯୋଗୁଁ ରାସ୍ତା ଓ ପୋଲଗୁଡି଼କ ବିପଦସଂକୁଳ ହୋଇରହିଛି ! ଏଣୁ ଏଥିପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ରୁଷ୍ଚିଦେବାକୁ ଦାବି ହେଉଛି !

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଭଗ୍ନ କୋଣାର୍କ

ତୀର୍ଯ୍ୟକ୍

Sunil Chandra Nayak

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!