ଲାଞ୍ଜିଗଡ଼,୧୭/୦୭(ମନିସ)-ଆଜି ସକାଳୁ ସକାଳୁ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟି ନିକଟସ୍ଥ ଏକ ପୋଲରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି ଏକ ଆଲୁମିନିୟମ ବୋଝେଇ କଣ୍ଟେନର ! ରାୟଗଡ଼ା ପଟୁ ଝାରସୁଗୁଡ଼ା ଯାଉଥିବାବେଳେ କଣ୍ଟେନରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଏଥିରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି ! ତେବେ ଓଲଟି ପଡ଼ିଥିବା କଣ୍ଟେନରଟି ରାସ୍ତା ମଝିରେ ପଡ଼ିରହିଥିବାରୁ ଆଜି ସକାଳୁ ରାସ୍ତା ଅବରୋଧ ଭଳି ପରିସ୍ଥିତି ସ୍ରୁଷ୍ଟି ହୋଇଛି ! ରାସ୍ତାର ଉଭୟ ପାର୍ଶ୍ବରେ ଏବେ ଶହଶହ ଭାରୀଯାନ ଅଟକି ରହିଥିବା ଦେଖିବାକୁ ମିଳିଛି ! ଘଟଣାସ୍ଥଳରେ ବିଶ୍ବନାଥପୁର ପୁଲିସ ଉପସ୍ଥିତ ଥିବାବେଳେ ଖବର ଲେଖାଯିବା ସୁଦ୍ଧା ରାସ୍ତା ଅବରୋଧ ହଟିନାହିଁ ! ସୂଚନାଯୋଗ୍ୟ, ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ଏଇ ଆନ୍ତଃରାଜ୍ୟ ରାଜପଥର ଛତିକୁଡ଼ା ଛକରୁ ପୋଖରୀବନ୍ଧ ଛକ ଯାଏଁ ରାସ୍ତା ବିପଦସଂକୁଳ ପାଲଟିଥିବାବେଳେ ଦିନାତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି ! ତେବେ ଠିକାଦାରଙ୍କ ନିମ୍ନମାନର କାମ ଓ ପୂର୍ତ୍ତ ବିଭାଗର ଭୁଲ୍ ଇଞ୍ଜିନିୟରିଂ ଡିଜାଇନ୍ ଯୋଗୁଁ ରାସ୍ତା ଓ ପୋଲଗୁଡି଼କ ବିପଦସଂକୁଳ ହୋଇରହିଛି ! ଏଣୁ ଏଥିପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ରୁଷ୍ଚିଦେବାକୁ ଦାବି ହେଉଛି !
ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍