ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପିର ମଣ୍ଡଳ ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି-୧୭/୭(ମ ନି ସ), ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦରସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜେପିର ଚନ୍ଦାହାଣ୍ଡି ଓ ମାଲଗାଁ ମଣ୍ଡଳ ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ ଯୋଗଦେଇଥିବା ବେଳେ ସାମ୍ନାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ପ୍ରବକ୍ତା ଲକ୍ଷ୍ମୀକାନ୍ତ ବାଘ, ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁ ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅକାଳୁ ଜାଲି,ବରିଷ୍ଠ ବିଜେପି ନେତା ମହେନ୍ଦ୍ର ନାୟକ, ପ୍ରଭାତ ସୁନା, ଭୋଦେବ ବାଘ ପ୍ରମୁଖ ଯୋଗଦେଇଥିଲେ | ବୈଠକରେ ତୃଣମୂଳସ୍ଥରରୁ ଦଳର ସଂଗଠନ କିଭଳି ଭାବେ ସୁଦୃଢ ହେବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା | କାର୍ଯ୍ୟକ୍ରମରେ ସୁବଳ ବାଘ,ନିରଞ୍ଜନ ନାଗେଶ,ମୁରଲୀ ପୋଡ଼,ଭୁବନେଶ୍ୱର ସାଗର, ଜଗଦୀଶ ସୁନା ପ୍ରମୁଖଙ୍କ ସହ ବୋହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ |

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲାଠିକଟା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଛେଳି କୁକୁଡ଼ାଙ୍କ କଥା 

Sunil Chandra Nayak

ଖ୍ୟାତିନାମା ଯୁବ ସାମ୍ବାଦିକ ଜଗଦିଶ୍ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି

Sunil Chandra Nayak

Leave a Comment

error: Content is protected !!