ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡରା ମାଳି ଯୁବ ବାହିନୀ ର ସମ୍ବର୍ଦ୍ଧନା ସଭା

ଜୁନାଗଡ଼,୩୧/୧୦(ମ ନି ସ) ଜୁନାଗଡ଼ ସହର ସାପ୍ତାହିକ ବଜ଼ାର ନିକଟରେ ରବିବାର ପଣ୍ଡରାମାଳି ଯୁବ ବାହିନୀ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜୁନାଗଡ଼ ବ୍ଲକ ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ଭୋଇ ଯୋଗ ଦେଇ ଥିଲେ !ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଇଓ ପୁରୁଷୋତ୍ତମ ପାରି, ଯୁବ ବାହିନୀ ସାଧାରଣ ସମ୍ପାଦକ ଲଙ୍କେଶ୍ୱର ପାରି, ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରି ସଭାପତି ତୁଲେଶ୍ୱର ନାଏକ, ଆଇନ ପରାମର୍ଶଦାତା କଲ୍ୟାଣୀ ନାଏକ, ପଣ୍ଡରା ମାଳି ସେବା ସଂଘ ସଭାପତି ଈଶ୍ୱର ପୂଜାରୀ, କୁଲପତି ପ୍ରକାଶ ଚନ୍ଦ୍ର ନାଏକ,ଇଂଲିଶ ଅଧ୍ୟାପକ ଵୈଲୋଚନ ବାଗ, ଜିଲ୍ଲା ଉପସଭାପତି ଶିବ ପ୍ରସାଦ ଭୋଇ, ବିଦ୍ୟାଧର ନାଏକ,ଵୈକୁଣ୍ଠ ନାଏକ, ସମ୍ପାଦକ ଅଚୁତାନନ୍ଦ ନାଏକ, ବ୍ଲକ ସଭାପତି ସଂଜୀବ କୁମାର ବିଣିଆ,ସାମ୍ବାଦିକା ମିନତୀ ପୂଜାରୀ ପ୍ରମୁଖ ଯୋଗ ଦେଥିଲେ ! ସମାଜର ଉନ୍ନତି ଦିଗରେ ସମସ୍ତେ ଏକଜୁଟ ହେବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ ସମାଜ ପାଇଁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ସମାନ୍ୱିତ କରାଯାଇଥିଲା। ଏଥିରେ ନିଟ ପରୀକ୍ଷାରେ ସଫଳତା ପାଇଥିବା ନରେଶ ନାଏକ, ସାଶ୍ୱତ ନାଏକ ଓ ଶ୍ରୁତି ରଞ୍ଜନ ନାଏକ ମାଟ୍ରିକ ପରୀକ୍ଷା ୯୫ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖିଥିବା ସମାଜ ଇଣ୍ଟର ମିଡ଼ିଏଟ ଯୁକ୍ତ ୨ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ସୁଶାନ୍ତ ନାଏକଙ୍କୁ ସମ୍ମାନିତ କରାଯାଇଥିଲା ଏହାସହ ବିଭିନ୍ନ ରାଜନୈତିକ କ୍ଷେତ୍ରରେ ସଫଳତା ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ସଭାରେ ଯୁବ ବାହିନୀର ଖୁସିରାମ ଟୋଲଟିଆ ଓ ବେଣୁଧର ନାଏକ ମଞ୍ଚ ପରିଚାଳନା କରିଥିଲେ ଯୁବ ବାହିନୀର ଉପଦେଷ୍ଠା ଧନୁର୍ଯ୍ୟୟ ମାଝୀ ଧନ୍ୟବାଦ ଦେଇଥିଲେ !

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କ ପରଲୋକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଖଡ଼ିଆଳ ଜଗନ୍ନାଥ ଟ୍ରଷ୍ଟି ପକ୍ଷରୁ ଶ୍ରୀମଦ ଭାଗବତ ପ୍ରାୟଣ  ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!