ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିବସ ପାଳିତ

ବାଲେଶ୍ଵର,୧୭/୯/୨୨- ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅଧିନ ଖଇରା ବ୍ଲକରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ଯୁବନେତା ଇଂ.ରାଜେଶ କୁମାର ମହାକୁଡ଼ଙ୍କ ନେତୃତ୍ୱରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଖଇରା ବ୍ଲକ ୫ନଂ ଜୋନର ଦେଉଳି ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉଦେଶ୍ୟରେ ଏକ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ମଣ୍ଡଳ ସଭାପତି ମହେଶ୍ୱର ନାଥ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଭଦ୍ରକ ଲୋକସଭାର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ସମ୍ମାନୀତ ଅତିଥିଭାବେ ଭଦ୍ରକ ଲୋକସଭା ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ବିକାଶ ପାଢ଼ୀ, ଯୁବନେତା ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଇ ୭ ଦିନଧରି ସେବା ସପ୍ତାହ ପାଳନ କରିବାପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୋଟ ୫୪ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ଶ୍ରୀ ମହାକୁଡଙ୍କ ସମେତ ବିଜେପି ମଣ୍ଡଳ ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁ, ଅଚ୍ୟୁତପୁର ସରପଞ୍ଚ ଅହଲ୍ୟା ପାତ୍ର, କୁରୁଣ୍ଟା ପଞ୍ଚାୟତ ସରପଞ୍ଚ ରଘୁନାଥ ଜେନା, ସାରୁଗାଁ ପଞ୍ଚାୟତର ସରପଞ୍ଚ ଦୟାନିଧି ନାୟକ, ଡଗରପଡ଼ା ସମିତିସଭ୍ୟ ବିମ୍ବାଧର ଦଳେଇ, ଡଗରପଡ଼ା ପଞ୍ଚାୟତ ସଭାପତି ଦନାର୍ଦନ ଦାସ, କୁରୁଣ୍ଟା ପଞ୍ଚାୟତ ସଭାପତି ଜୟନ୍ତ ମହାପାତ୍ର, ମାଖାନପୁର ପଞ୍ଚାୟତ ସଭାପତି ଆନନ୍ଦ ନାୟକ, ବରିଷ୍ଠ ବିଜେପି ନେତା ଶୁସାନ୍ତ ମହାକୁଡ଼, ଅଞ୍ଚଳର ଯୁବନେତା ମାନସ ବେହେରା, କମଳଲୋଚନ ପ୍ରଧାନ, କମଳାକାନ୍ତ ଜେନା, ଦିଗବିଜୟ ମହାକୁଡ଼ଙ୍କ ସମେତ ଅଞ୍ଚଳର ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

Sunil Chandra Nayak

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

Sunil Chandra Nayak

Leave a Comment

error: Content is protected !!