ଧର୍ମଗଡ:୩୧/୧୦/୨୨:/ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ପବିତ୍ର ଜନ୍ମ ଜୟନ୍ତୀ କୁ ସମଗ୍ର ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁଥିବା ବେଳେ ଆଜି ଧର୍ମଗଡ ରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ପରିପେକ୍ଷି ରେ ଆଜି ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷ ରୁ ଓ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରନ ଫର ଇଉନୀଟି କାର୍ଯ୍ୟକ୍ରମ ରେ ସହର ପରିକ୍ରମା କରା ଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ବଳରାମ ମିଶ୍ର ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରୁ ବାହାରି ସହର ପରିକ୍ରମା ପୂର୍ବକ ବିଦ୍ୟାଳୟ କୁ ଫେରି ଥିଲେ । ସେହି ପରି ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହୋଈ ଥିବା ରାଷ୍ଟ୍ରୀୟ ଏକତା ଦୌଡ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏସ.ଜଗନ୍ନାଥ ରାଓ ଉଦ୍ ଘାଟନ କରିଥିଲେ । ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ । କ୍ରୀଡ଼ା ଶିକ୍ଷକ ଅଭୟ ବାଗ, ଅଧ୍ୟାପକ ଭାର୍ଗବ ସାହୁ, ଶିବରାମ ମିଶ୍ର ଗଣପତି ବାଗ, ଲିଙ୍ଗରାଜ ପାତ୍ର, ନିମାଇଁ ପାତ୍ର, ମାଧବ ଲହଜଲ, ସଞ୍ଜୟ ସାହୁ, ଧିରଜ ନାଏକ ଓ ଅଶ୍ୱିନ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍