ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ଏକତା ଦିବସ ଧର୍ମଗଡ ରେ ରନ ଫର ଇଉନିଟି

ଧର୍ମଗଡ:୩୧/୧୦/୨୨:/ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ପବିତ୍ର ଜନ୍ମ ଜୟନ୍ତୀ କୁ ସମଗ୍ର ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରୁଥିବା ବେଳେ ଆଜି ଧର୍ମଗଡ ରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ପରିପେକ୍ଷି ରେ ଆଜି ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷ ରୁ ଓ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରନ ଫର ଇଉନୀଟି କାର୍ଯ୍ୟକ୍ରମ ରେ ସହର ପରିକ୍ରମା କରା ଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ବଳରାମ ମିଶ୍ର ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରୁ ବାହାରି ସହର ପରିକ୍ରମା ପୂର୍ବକ ବିଦ୍ୟାଳୟ କୁ ଫେରି ଥିଲେ । ସେହି ପରି ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହୋଈ ଥିବା ରାଷ୍ଟ୍ରୀୟ ଏକତା ଦୌଡ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏସ.ଜଗନ୍ନାଥ ରାଓ ଉଦ୍ ଘାଟନ କରିଥିଲେ । ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ । କ୍ରୀଡ଼ା ଶିକ୍ଷକ ଅଭୟ ବାଗ, ଅଧ୍ୟାପକ ଭାର୍ଗବ ସାହୁ, ଶିବରାମ ମିଶ୍ର ଗଣପତି ବାଗ, ଲିଙ୍ଗରାଜ ପାତ୍ର, ନିମାଇଁ ପାତ୍ର, ମାଧବ ଲହଜଲ, ସଞ୍ଜୟ ସାହୁ, ଧିରଜ ନାଏକ ଓ ଅଶ୍ୱିନ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

ପ୍ରେମଶିଳା ବେହେରା ଙ୍କ କବିତା ହେ ଜାତୀୟ ପତାକା 

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

Leave a Comment

error: Content is protected !!