ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ଉପନିର୍ବାଚନରେ ଗଣତି ଶେଷ 

ନୂଆପଡା: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଥିବା ଖଡ଼ିଆଳ ବ୍ଲକ ଅରେଡା ସମିତି ସଭ୍ୟା, ବୋଡେ଼ନ ବ୍ଲକ ନାଗପଡା ଗ୍ରା. ପ. ର ମାକାରବିର୍ଲି ର ନଅ ନମ୍ବର ୱାର୍ଡ ମେମ୍ବର ଓ ସିନାପାଲି ବ୍ଲକ ଚଟିଆଗୁଡା ଗ୍ରା. ପ. ଅନ୍ତର୍ଗତ ସାଗୁନଭାଡି ଗାଁର ୱାର୍ଡ ନମ୍ବର ନଅ ପାଇଁ ଗତ କାଲି ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବ୍ଲକ କାର୍ଯ୍ୟାଳୟରେ ଗଣତି ହୋଇ ଫଳାଫଳ ଘୋଷଣl କରାଯାଇଥିଲା l । ଆରେଡା ସମିତି ସଭ୍ୟା ପାଇଁ ତିନି ଜଣ ପ୍ରାର୍ଥୀ ପ୍ରତୀନ୍ଦ୍ବନ୍ଦିତା କରୁଥିବା ବେଳେ ଆରେଡା ଗ୍ରାମପଂଚୟତ ସମିତି ସଭ୍ୟା ରୂପେ ନୃପତି ମଲ୍ଲିକ ବିଜୟୀ ହୋଇଛନ୍ତି। ନୃପତି ମଲ୍ଲିକ ୧୩୧୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତୀନ୍ଦ୍ଵନ୍ଦୀ ଚନ୍ଦ୍ରକଲା ମଲ୍ଲିକ ୭୧୮ ଖଣ୍ଡ ଭୋଟ ପାଇଥିଲେ। ନୃପତି ମଲ୍ଲିକ ତାଙ୍କ ପ୍ରତୀନ୍ଦ୍ଵନ୍ଦୀ ଠାରୁ ୬୦୧ ଭୋଟ ରେ ବିଜୟୀ ହୋଇଛନ୍ତି। ସେହିପରି ସିନାପାଲି ବ୍ଲକ ଚଟିଆଗୁଡା ଗ୍ରା. ପ. ର ସାଗୁନଭାଡ଼ି ନଅ ନମ୍ବର ୱାର୍ଡ ମେମ୍ବର ଭାବେ ଉତ୍ତମ କୁମାର ବାଗ ୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହୃଦାନଦ ହଂସ ୫୭ ଖଣ୍ଡ ଭୋଟ ପାଇଥିଲେ l ବୋଡେ଼ନ ବ୍ଲକ ନାଗପଡା ଗ୍ରା. ପ. ର ମାକାରବିର୍ଲି ନଅ ନମ୍ବର ୱାର୍ଡ ମେମ୍ବର ଭାବେ ଭୋଳାର ସିଂ ମାଝୀ ୯୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଖଗେଶ୍ୱର ଜଗତ ୩୭ ଖଣ୍ଡ ଭୋଟ ପାଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଶାନ୍ତି ଶୃଙ୍ଖଳା ର ସହିତ ନୂଆପଡ଼ା ଜିଲ୍ଲାରେ ଉପନିର୍ବାଚନ ଶେଷ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ lନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

Sunil Chandra Nayak

ମ. ରାମପୁର କୃଷକ ଓଡିଶା ର କର୍ମଶାଳା

Sunil Chandra Nayak

ଡ଼ାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!