ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ୍ ଶ୍ରାଦ୍ଧୋତ୍ସବ ସ୍ମୃତି ସଭା ଅନୁଷ୍ଠିତ

ବାଲେଶ୍ଵର,୨୯/୯/୨୨- ଭାରତ ମୁକ୍ତି ସଂଗ୍ରାମରେ ପ୍ରାଣବଳି ଦେଇଥିବା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ତୁଡିଗଢିଆର ରଘୁ, ମକର ଓ କେଳୁଙ୍କର ୮୦ ତମ ସହିଦ୍ ଶ୍ରାଦ୍ଧୋତ୍ସବ ଓ ସ୍ମୃତି ସଭା ତା ୨୮/୯/୨୨ ରିଖରେ ପାଳିତ ହୋଇଯାଇଛି । ସେହି ସହିଦ୍ ମାନଙ୍କୁ ମନେ ରଖିବା ପାଇଁ ତୁଡିଗଢିଆକୁ ରକ୍ତ ତୀର୍ଥ ବୋଲି ଘୋଷଣା କରାଯାଇଛି । ସର୍ବ ପ୍ରଥମେ ଅତିଥି ମାନେ ଦୀପ ପ୍ରଜ୍ବଳନ କରି ସହିଦ୍ ସ୍ତମ୍ଭ ଆଗରେ ପୁଷ୍ପାପର୍ଣ ପୂର୍ବକ ସ୍ମୃତି ସଭାରେ ଆସନ ଗ୍ରହଣ କରିଥିଲେ । ଛୋଟ ଛୋଟ ପିଲା ମାନଙ୍କ ଦ୍ଵାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା । ଏଥିରେ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀପାତ୍ର ଏବଂ ମାନ୍ୟବର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ରକ୍ତତୀର୍ଥ ତୁଡିଗଢିଆକୁ ଗୌରବାନୀତ କରିବା ସହ ଛୋଟ ଛୋଟ ପିଲା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଲୋକ ସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ପାଦକ କରୁଣାକର ଜେନା, ଉପ ସଭାପତି ରାଧା କାନ୍ତ ପଣ୍ଡା, ପରିଷଦ ସଭାପତି ବିଷ୍ଣୁ ମୋହନ ଶତପଥୀ, ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ମୁଖ୍ୟ ବକ୍ତା ଜିତେନ୍ଦ୍ର କୁମାର ବେହେରା ବିଶିଷ୍ଟ ସମାଜସେବୀ ଗଣେଶା ପୁରି ମଞ୍ଚାସୀନ ଥିଲେ । ସହିଦ୍ ରଘୁ କେଳୁ ଓ ମକରଙ୍କର ଗୁଣଗାନ କରି ନୃତ୍ୟ ଓ ସଙ୍ଗୀତରେ ପିଲା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ସହିଦ୍ ଶ୍ରାଦ୍ଧୋତ୍ସବ ଓ ସ୍ମୃତି ସଭାରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ଦେଖିବା ପାଇଁ ପ୍ରାୟ ୧ ହଜାରରୁ ଅଧିକ ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୮ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

କୋକସରା ବ୍ଳକ – ୭୭.୭୫,ଧର୍ମଗଡ ବ୍ଳକ – ୮୨.୯୯ ଓ ଜୟପାଟଣା ବ୍ଳକରେ – ୭୭.୩୧ ମତଦାନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

Leave a Comment

error: Content is protected !!