ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପରିବାର

ପରିବାର

ପ୍ରଶାନ୍ତ କୁମାର ନାଥ

 

ପରିବାର ଆଜି ସମାଜରେ ଶୂନ୍ୟ

    ମହା ଶୂନ୍ୟ ତା’ର ସ୍ଥିତି

ଗୃହ ଶୂନ୍ୟ ଏଠି ଅଧେକ ଦମ୍ପତି

    ଜୀଵନ କରୁଛି ଗତି। 

 

ନାହିଁ ଆଉ କାରେ ସମ୍ପର୍କ ଭାବନା

    ବାପା ଭାଇ ଵନ୍ଧୁ ଦୂରେ

ଜୀଵନ ଜଞ୍ଜାଳ ଯାଯାବର ପୂର୍ଣ୍ଣ

    ପରିବାର ସଵୁ ହାରେ। 

 

ପରିବାର ଆଉ ଵାନ୍ଧି ହେଉ ନାହିଁ

    ସର୍ଵେ ନିଜ ନିଜ ପଥେ

ଭୁଲିଯାଉଅଛି ପରିବାର କଥା

    ଜୀଵନ ସଙ୍ଗିନୀ ସାଥେ। 

 

ତଥାପି ମଣିଷ ରଖିଅଛି ଦମ୍ଭ

    ପରିବାର ସାଥେ ରହି

ପରିବାର ହେଉ ସଭିଙ୍କ ଠିକଣା

     ସୁଖ ଦୁଃଖ ସବୁ ସହି। 

 

ମର୍ତ୍ତ୍ୟରେ ବୈକୁଣ୍ଠ ପରିବାର ସେତ

     ସଵୁ ସୁଖ ମିଳେ ବୋଲି

ପରିବାର ସାଥେ ଦୁଃଖରେ ଥିଲେବି

     ଯନ୍ତ୍ରଣାକୁ ଯାଏ ଭୁଲି। 

 

ପରିବାର ଏଠି ଵୃକ୍ଷ ଟିଏ ହେଲେ

     ଆମେ ତାର ଛୋଟ ବସା

କିଚିରି ମିଚିରି ଗାଆନ୍ତି ସନ୍ତାନ

    ସେ ଆମର ନୂଆ ଆଶା।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି 
ରାଜନଗର କେନ୍ଦ୍ରାପଡ଼ା

Related posts

ଟଙ୍କା ଉଠାଇବା ପାଇଁ ମୁମୂର୍ଷୁ ବୃଦ୍ଧ ମଠ ମହନ୍ତଙ୍କୁ ଶିଷ୍ୟମାନେ ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କକୁ ବୋହି ଆଣୁଥିବାର ମାର୍ମିକ ଦୃଶ୍ୟ

ଭାଇସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ଗୌତମ ତାଣ୍ଡି

ଜଣା ଅଜଣା… ହଜାରେ ବର୍ଷ ବଞ୍ଚୁଥିବା ଉଦ୍ଭିଦ

Sunil Chandra Nayak

Leave a Comment

error: Content is protected !!