ଗୋଳାମୁଣ୍ଡା ତା୦୩/୦୪ମସିହା ନ୍ୟୁଜ ପ୍ରଚଣ୍ଡ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକବାସୀ ଜଳ କଷ୍ଟରେ ଆଉଟୁ ପାଉଟୁ ହେଉଛନ୍ତି । ପାନୀୟ ଜଳର ବ୍ୟବସ୍ଥା କରିବାକୁ କାହାରି ପାଖରେ ବେଳ ହିଁ ନାହିଁ । ପ୍ରଶାସନ ପକ୍ଷରୁ ଜଳ ଛତ୍ର ଖୋଲା ଯାଉନି ଏହାକୁ ନେଇ ବୃଦ୍ଧିଜିବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ସବୁ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲୁଥିବା ବେଳେ ଏବେ ଏପ୍ରିଲ ମାସ ଆସିଲାଣି ପୁଣି ଏପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇନାହିଁ । କେତେକ ସ୍ଥାନରେ ପଞ୍ଚାୟତ ଗୁଡିକରେ ଥିବା ଅମୃତ ଧାରା ଅଚଳ ଅବସ୍ଥାରେ ଥିବାବେଳେ କେତେକ ସ୍ଥାନରେ ଅମୃତ ଧାରା ସୁଖୀ ଯାଇଛି, ନଇ ନାଲ ପୋଖରୀ ପାଣି ଶୁଖି ଯାଇଛି, ଗାଈ ଗୋରୁ ଛେଳି, ମେଣ୍ଡା, ଯିବଜନ୍ତୁ ଅନେକ ଅସୁବିଧା । ସକାଳ ୦୮ ଟା ଠାରୁ ଖରାା ବୃଦ୍ଧି ପାଉଛି ଏହା ସହ ଝାଞ୍ଜି ପବନ ଆରମ୍ଭ ହୋଇଯାଇଛି । ଫଳରେ ଦିନ ୧୧ ଘଟିକା ପରେ ରାସ୍ତାଘାଟ ଶୂନଶାନ ହୋଇଯାଇଛି । ତେବେ ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ଛକ ମାନଙ୍କରେ ଜଳଛତ୍ରର ଅଭାବ ସଙ୍ଗେ ନଳକୂପ ଅଚଳ ଅବସ୍ଥାରେ ରହିଥିବାରୁ ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଅଂଶୁଘାତ ମୁକାବିଲା ସାଙ୍ଗକୁ ଜଳଛାତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,