ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାତି ହୁ ହୁବଢୁଛି କିନ୍ତୁ ଜଳଛତ୍ର ଖୋଲୁନି

ଗୋଳାମୁଣ୍ଡା ତା୦୩/୦୪ମସିହା ନ୍ୟୁଜ  ପ୍ରଚଣ୍ଡ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକବାସୀ ଜଳ କଷ୍ଟରେ ଆଉଟୁ ପାଉଟୁ ହେଉଛନ୍ତି । ପାନୀୟ ଜଳର ବ୍ୟବସ୍ଥା କରିବାକୁ କାହାରି ପାଖରେ ବେଳ ହିଁ ନାହିଁ । ପ୍ରଶାସନ ପକ୍ଷରୁ ଜଳ ଛତ୍ର ଖୋଲା ଯାଉନି ଏହାକୁ ନେଇ ବୃଦ୍ଧିଜିବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ସବୁ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲୁଥିବା ବେଳେ ଏବେ ଏପ୍ରିଲ ମାସ ଆସିଲାଣି ପୁଣି ଏପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇନାହିଁ । କେତେକ ସ୍ଥାନରେ ପଞ୍ଚାୟତ ଗୁଡିକରେ ଥିବା ଅମୃତ ଧାରା ଅଚଳ ଅବସ୍ଥାରେ ଥିବାବେଳେ କେତେକ ସ୍ଥାନରେ ଅମୃତ ଧାରା ସୁଖୀ ଯାଇଛି, ନଇ ନାଲ ପୋଖରୀ ପାଣି ଶୁଖି ଯାଇଛି, ଗାଈ ଗୋରୁ ଛେଳି, ମେଣ୍ଡା, ଯିବଜନ୍ତୁ ଅନେକ ଅସୁବିଧା । ସକାଳ ୦୮ ଟା ଠାରୁ ଖରାା ବୃଦ୍ଧି ପାଉଛି ଏହା ସହ ଝାଞ୍ଜି ପବନ ଆରମ୍ଭ ହୋଇଯାଇଛି । ଫଳରେ ଦିନ ୧୧ ଘଟିକା ପରେ ରାସ୍ତାଘାଟ ଶୂନଶାନ ହୋଇଯାଇଛି । ତେବେ ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ଛକ ମାନଙ୍କରେ ଜଳଛତ୍ରର ଅଭାବ ସଙ୍ଗେ ନଳକୂପ ଅଚଳ ଅବସ୍ଥାରେ ରହିଥିବାରୁ ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଅଂଶୁଘାତ ମୁକାବିଲା ସାଙ୍ଗକୁ ଜଳଛାତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ଜନସମ୍ପର୍କ ପଦଯାତ୍ରା ଆୟୋଜିତ   

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ଏପାଖେ ଶୁଭଇ ବେଣୁ   ସେପାଖେ ଉଚ୍ଛନ୍ନ ମାୟା

Sunil Chandra Nayak

ଚାରୋଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର, ଅଞ୍ଚଳରେ ଭୟର ବାତାବରଣ

Sunil Chandra Nayak

Leave a Comment

error: Content is protected !!