ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବେକସେନା ତରଫରୁ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ ଓ କଳାହାଣ୍ଡି ମାନଚିତ୍ର ର ଚିତ୍ରାଙ୍କନ ପ୍ରତିଯୋଗିତା

ଭବାନୀପାଟଣା :ତା ୦୧/୧୧/୨୦୨୨ ରିଖ ସ୍ଥାନୀୟ ବିବେକ କଂଫେରେନ୍ସ ହଲ ଠାରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କଳାହାଣ୍ଡି ମାନଚିତ୍ର ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୦୧ ନଭେମ୍ବର ଦିନ କଳାହାଣ୍ଡି ଏକ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇ ଥିଲା ଓ ଏହା ବିଭିନ୍ନ କଳା ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ସହ ବହୁ ବୀର ପୁରୁଷ ଏହି ମାଟିରେ ଜନ୍ମନେଇଛନ୍ତି ବୋଲି ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ତାଙ୍କ ବକ୍ତବ୍ୟ ରେ କହିଥିଲେ। ବିବେକସେନା ର ଶିଶୁ ଚିତ୍ରକଳା ବିଭାଗ ମୁଖ୍ୟ ମୁକୁନ୍ଦ ରେଡ୍ଡୀ ଙ୍କ ତତ୍ୱବଧାନ ରେ କଳାହାଣ୍ଡି ର ମାନଚିତ୍ର ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବିବେକସେନା ର ସଭାପତି (ମହିଳା ବିଭାଗ) ମିକୁମିକ୍ସ ନାଏକ ପରିଚାଳନା କରିଥିବା ବେଳେ ସଦଶ୍ୟ ସୁଶାନ୍ତ ନାଏକ, ନରେଶ ସୁନାନୀ ଓ ଶାନ୍ତି ଆରୁଖ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ଭବାନୀପାଟଣା ପୌର ସଫେଇ କର୍ମଚାରୀଙ୍କର ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ନବନିର୍ମାଣ କୃଷକ ସଂଗଠନ ସଭାପତିଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!