ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

ଲାଞ୍ଜିଗଡ଼,୦୧/୧୧(ମନିସ)-ଆଇ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ଜଣେ ନାବାଳକର ଦୁଃଖଦ ମ୍ରୁତ୍ୟୁ ଘଟିଛି ! ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ! ଖବର ଅନୁଯାୟୀ, ଲାଞ୍ଜିଗଡ଼ ନିକଟସ୍ଥ କାଶିବାଡ଼ିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦୁଇ ମାସ ତଳେ ମ୍ରୁତ୍ୟୁ ଘଟିଥିବାବେଳେ ବିହାରରେ ରହୁଥିବା ତାଙ୍କ ଜ୍ବାଇଁ ସଞ୍ଜୟ କୁମାର ନିଜ ପରିବାର ସହିତ ଲାଞ୍ଜିଗଡ଼ ଆସିଥିଲେ ! ଶ୍ବଶୁରଙ୍କ ଶୁଦ୍ଧିକ୍ରିୟା ସରିଯିବା ପରେ ବି ସେମାନେ ବିହାର ନଫେରି ଲାଞ୍ଜିଗଡ଼ ନିକଟସ୍ଥ କାଶିବାଡ଼ିରେ ରହୁଥିଲେ ! ଆଜି ସଞ୍ଜୟଙ୍କ ଶାଶୁଙ୍କ ସହିତ ତାଙ୍କ ପୁଅ ବିଶାଲ କୁମାର (୯) ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ ! ପହଁରା ଜାଣିନଥିବା ଯୋଗୁଁ ସେ ପାଣି ପିଇ ବେହୋସ ହୋଇଯାଇଥିବାବେଳେ ଆଇଙ୍କ ଚିତ୍କାର ଶୁଣି ପରିବାର ଲୋକେ ଅଚେତ ଅବସ୍ଥାରେ ବିଶାଲକୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ! ସେଠାରେ ଡାକ୍ତର ତାକୁ ମ୍ରୁତ ଘୋଷଣା କରିଥିଲେ ! ଏ ସଂପର୍କରେ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ କାନ୍ଦବୋବାଳି ମଧ୍ୟରେ ଶବସତ୍କାର କରାଯାଇଛି !

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁକ୍‌ଲା ବାଲ୍‌

Sunil Chandra Nayak

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା ପୁରସ୍କୃତ

Sunil Chandra Nayak

ଖଡ଼ିଆଳ ର ବିଶିଷ୍ଟ ସ୍ୱେଚ୍ଛାସେବୀ ଅର୍ଚ୍ଚନା ଗୋୟଲ ଙ୍କ ବିଜେଡ଼ି ରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!