ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଡଃ ସୁମନ ଦତ୍ତ ସମ୍ବର୍ଦ୍ଧିତ

ରାଉରକେଲା – ଭୁବନେଶ୍ୱର କମିଶନରଙ୍କ ସମ୍ମିଳନୀ କକ୍ଷରେ ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଓଡିଶା ପୋଲିସର ମହାନିର୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର ମହନୀୟତା ଏବଂ କାର୍ଯ୍ୟଧାରା ସମଗ୍ର ଭାରତବର୍ଷରେ ଅତୁଳନୀୟ ବୋଲି ପ୍ରକାଶ କରିବା ସହ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଯୋଗ ଦେଇ ଥିବାରୁ ଗର୍ବିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ସାରସ୍ୱତ ସୃଜନ କ୍ଷେତ୍ରରେ ପୂର୍ବତନ ପୋଲିସ ଅଧିକାରୀ ମାନଙ୍କ ଯୋଗଦାନ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରୁଛି ବୋଲି ପ୍ରକାଶ କରିବା ସହ ତିନି ଖଣ୍ଡ ପୁସ୍ତକ ଉନ୍ମୋଚନ କରି, ସୃଜନଶୀଳ ସାହିତ୍ୟିକ, ଗୀତିକାର, ନାଟ୍ୟକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ରାଉରକେଲାର ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ,ବିଶିଷ୍ଟ ସମାଜସେବୀ, ସଂଗଠକ ଓ ସାହିତ୍ୟିକ ଡ଼କ୍ଟର ସୁମନ ଦତ୍ତଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ “ସାରସ୍ୱତ ସମ୍ମାନ – ୨୦୨୨” ଉପାଧିରେ ସମ୍ବର୍ଦ୍ଧିତ କରିବା ସହ ସମାଜସେବା ଜାରି ରଖିବା ପାଇଁ ପୋଲିସ ମହାନିର୍ଦେଶକ ଶ୍ରୀ ବଂଶଲ ଉପଦେଶ ଦେଇଥିଲେ l ଏହି ଉତ୍ସବରେ କଲ୍ୟାଣ ସମିତିର ସଭାପତି ନୀଳମଣି ତ୍ରିପାଠୀ ସଭାରେ ଅଧକ୍ଷତା କରିଥିଲା ବେଳେ କଟକ ଭୁବନେଶ୍ୱରର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଅବସରପ୍ରାପ୍ତ ଅଫିସର ମାନଙ୍କର ସହଯୋଗ ଲୋଡ଼ିଥିଲେ l ମୁଖ୍ୟବକ୍ତା ପ୍ରଫେସର ବୈଷ୍ଣବ ଚରଣ ସାମଲ ପୋଲିସ ଅଫିସର ମାନେ ସମ୍ବେଦନଶୀଳ ହେବା ସହ ସାହିତ୍ୟ ମନସ୍କ ହେବା ପାଇଁ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ଥିଲେ l ଶ୍ରୀ ଦତ୍ତ ସାରସ୍ୱତ ସମ୍ମାନରେ ସମ୍ମାନିତ ହୋଇ ଥିବାରୁ ରାଉରକେଲାରେ ଜନସାଧାରଣ ଖୁସି ପ୍ରକାଶ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ ସମାରୋହ 2022 ଅନୁଷ୍ଠିତ

Sunil Chandra Nayak

ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋ ସ୍କୁଲ ଅଭିଯାନକୁ ହାତ ବଢ଼ାଇଲେ ଝିଅ

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ପ୍ରକୃତି କରୁଛି ଖେଦ

Leave a Comment

error: Content is protected !!