ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

ଏମିତି କାହିଁକି ହୁଏ?

ଝିଅ କଥାରେ ଯେ
ଜ୍ବାଇଁ ଚାଲୁଥିଲେ
ମାଆ ମନ ଖୁସି ହୁଏ,
ବୋହୂ କଥାରେ ଯେ
ପୁଅ ଚାଲୁଥିଲେ
ମା ମନ ବିଦାରି ହୁଏ?
ସତରେ ଏମିତି କାହିଁକି ହୁଏ?
ନିଜ ବାପ ମାଆ
କଥା ଆଲୋଚନା
ବୋହୂ ମନେ ଖୁସି ଦିଏ,
ଶାଶୁ ଶ୍ୱଶୁରଙ୍କ
କଥା ପଡିଗଲେ
ବୋହୂର ନାଇ ଡିଆଁଏ।
ଏମିତି କାହିଁକି ହୁଏ?
ଶଳା ଶାଳୀ କଥା
ସ୍ତ୍ରୀ ସାଥେ ହେଲେ
ସ୍ତ୍ରୀ ମନ ନାଚେ ଖୁସିରେ,
ସ୍ତ୍ରୀ ଙ୍କୁ ଦିଅର ବା
ନଣନ୍ଦ କହିଲେ
ରକତ ଗରମ ହୁଏ।
ଏମିତି କାହିଁକି ହୁଏ?
ଶାଶୁ ଶ୍ୱଶୁର ଙ୍କ
ଆବଶ୍ୟକ ହେଲେ
ଜ୍ବାଇଁ ର ପାଇସା ଥାଏ,
ବାପା ମାଆ ଙ୍କ ର
ବହୁ ଆବଶ୍ୟକେ
ପଇସା ନିଅଣ୍ଟ ହୁଏ।
ଏମିତି କାହିଁକି ହୁଏ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ଶିକ୍ଷକ ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଖୋଲିଲେ ତାଲା 

Sunil Chandra Nayak

ନୂତନ ମାଜିଷ୍ଟ୍ରେଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ମ୍ୟୁନିସିପାଲ ମହାବିଦ୍ୟାଳୟ ରେ ଜାତୀୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!