Uncategorizedଚିତ୍ତ ରଂଜନ ନନ୍ଦ ଙ୍କ କବିତା ଧର୍ମ ନାମେ କିଆଁ ବୋହୁଛି ରକ୍ତର ଧାରା by Sunil Chandra NayakNovember 27, 2022063 Share0 ଧର୍ମ ନାମେ କିଆଁ ବୋହୁଛି ରକ୍ତର ଧାରା ହିନ୍ଦୁ, ମୁସଲିମ, ଜୈନ, ବୌଦ୍ଧ ଓ ଖ୍ରୀଷ୍ଟିଆନ୍, କେତେ ଧରମ ମୋ ଭାରତ ବର୍ଷରେ ହିନ୍ଦୀ ଭାଷା କହି ଶିଖିନି ମୁଁ, ମାତୃଭାଷା ଓଡ଼ିଆ, ମୋ ଭାବନା ଆସେ ଓଡିଆରେ |୧| ମୋ ଆଦର୍ଶ ତ ରାମ, କୃଷ୍ଣ, ବିବେକାନନ୍ଦ, ଶିବାଜୀ, ସେଥିପାଇଁ ମୁଁ ଗରବ କରେ, କରେ ଦେଶ ପ୍ରୀତି, ଆଇନ ସେବା ମୋ କର୍ମ , ମନ ଦେଶକୁ କିପରି ଗଢି ତୋଳିପାରିବାରେ |୨| ହେବି ସଦାଚାରୀ, ଜୀବନେ ବ୍ରତ ମୋ, ଦେଶକୁ ଗଢିବି, ହୃଦୟେ ଭାରତ ମୋର ମାଆ ବୁଝି ପାରୁନି, ସେହି ମାଟିରେ, ମୁହିଁ ମୂଲ୍ୟହୀନ, ହେଲିନି ବୋଲି ମିଛୁଆ ଓ ନାଟୁଆ |୩| ବୁଝିଥିଲି ସମ୍ବିଧାନ ପଢି, ଦେଶର ଆକାଶ ପବନେ ଧର୍ମ ନିରପେକ୍ଷତା ଆଦର୍ଶ ଜୀବନର ଧାରା ମନେ ସର୍ବଦା ନାଚୁଛି, ସେଦିନ ରାତିରେ, ଧର୍ମ ନାମେ, ଦଙ୍ଗା ହୋଇ କିଆଁ ବହିଲା ରକ୍ତର ଧାରା |୪| ସମ୍ବିଧାନରେ, ନାହିଁ ସାନ ବଡ, ଉଚ୍ଚ ନୀଚ଼, ନାହିଁ ପରା ଧରମ ଧରମ ମଧ୍ୟେ ବିଭେଦ ବିଚାର ସ୍ନେହ ମମତା ଭାବ ଯଦି ପ୍ରତ୍ୟେକ ଭାରତୀୟ ହୃଦୟେ, ସାମ୍ପ୍ରଦାୟିକ ଶକ୍ତି କିପରି ବଢୁଛି, ଅଛି କି ଉତ୍ତର ? |୫| ମନ୍ଦିର ମସଜିଦ ଗୀର୍ଜାକୁ ଗଲେ, ବୋଲାଇଲେ ଧାର୍ମିକ, କପାଳେ ଚନ୍ଦନ ସିନ୍ଦୂର ମାରି ନ୍ୟାୟ, ସତ୍ୟ, ମର୍ଯ୍ୟାଦା, ଶୃଙ୍ଖଳା, ନୀତି ଆଦର୍ଶ ର ଅସ୍ତ୍ର ପରା ମଣିଷ ରହେ ଧରି |୬| ପୂଜା ଅରଚନା ମନ୍ଦିର ମଠ ମହନ୍ତ, ଧର୍ମଯାଜକ ସବୁ ତ ବଢିଛି ପ୍ରତ୍ୟେକ ଗଳି କନ୍ଦିରେ ଦେଖେ କେତେ ନିଜକୁ ଇଶ୍ୱରଙ୍କ ଅବତାର ଧରି ଆସିଛନ୍ତି ବୋଲାନ୍ତି ଭାରତ ମାଆ ମାଟିରେ |୭| ତେବେ କାହିଁକି ନହୁଏ ଅପସାରଣ ଅନ୍ୟାୟ, ଶୋଷଣ, ଦୁର୍ନୀତି ଓ କୁସଂସ୍କାର, ବଢି ଚାଲିଛି ଧରମ ଓ ଜାତି ନାମେ ମୋ ଦେଶେ ସରବ ଭେଦ ଭାବ ଓ ଅପସଂସ୍କୃତିର |୮| ମନ୍ଦିର ପୂଜକ, ମଠ ମହନ୍ତ, ଧର୍ମଯାଜକ, କରନ୍ତି ଅହିଂସାର ଜୟଗାନ ଭାଷଣରେ କରନ୍ତି ଭିନ୍ନ ଭିନ୍ନ ହିଂସା ଓ ଅନୀତି, ଏପରିକି ଲିପ୍ତ ହୁଅନ୍ତି ନାରୀ ନିର୍ଯ୍ୟାତନା ଅପରାଧରେ |୯ ଚିତ୍ତ ରଂଜନ ନନ୍ଦ ଜଗତପୁର, କଟକ ଓଡିଶା, ଭାରତ