ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଂଜନ ନନ୍ଦ ଙ୍କ କବିତା ଧର୍ମ ନାମେ କିଆଁ ବୋହୁଛି ରକ୍ତର ଧାରା

ଧର୍ମ ନାମେ କିଆଁ ବୋହୁଛି ରକ୍ତର ଧାରା

   
ହିନ୍ଦୁ, ମୁସଲିମ, ଜୈନ, ବୌଦ୍ଧ ଓ ଖ୍ରୀଷ୍ଟିଆନ୍,
କେତେ ଧରମ ମୋ ଭାରତ ବର୍ଷରେ
ହିନ୍ଦୀ ଭାଷା କହି ଶିଖିନି ମୁଁ, ମାତୃଭାଷା ଓଡ଼ିଆ, 
ମୋ ଭାବନା ଆସେ ଓଡିଆରେ |୧|
ମୋ ଆଦର୍ଶ ତ ରାମ, କୃଷ୍ଣ, ବିବେକାନନ୍ଦ, 
ଶିବାଜୀ, ସେଥିପାଇଁ ମୁଁ ଗରବ କରେ,
କରେ ଦେଶ ପ୍ରୀତି, ଆଇନ ସେବା ମୋ କର୍ମ , 
ମନ ଦେଶକୁ କିପରି ଗଢି ତୋଳିପାରିବାରେ |୨|
ହେବି ସଦାଚାରୀ, ଜୀବନେ ବ୍ରତ ମୋ, ଦେଶକୁ 
ଗଢିବି, ହୃଦୟେ ଭାରତ ମୋର ମାଆ
ବୁଝି ପାରୁନି, ସେହି ମାଟିରେ, ମୁହିଁ ମୂଲ୍ୟହୀନ, 
ହେଲିନି ବୋଲି ମିଛୁଆ ଓ ନାଟୁଆ |୩|
ବୁଝିଥିଲି ସମ୍ବିଧାନ ପଢି, ଦେଶର ଆକାଶ ପବନେ
ଧର୍ମ ନିରପେକ୍ଷତା ଆଦର୍ଶ ଜୀବନର ଧାରା
ମନେ ସର୍ବଦା ନାଚୁଛି, ସେଦିନ ରାତିରେ, ଧର୍ମ ନାମେ,
ଦଙ୍ଗା ହୋଇ କିଆଁ ବହିଲା ରକ୍ତର ଧାରା |୪|
ସମ୍ବିଧାନରେ, ନାହିଁ ସାନ ବଡ, ଉଚ୍ଚ ନୀଚ଼, ନାହିଁ 
ପରା ଧରମ ଧରମ ମଧ୍ୟେ ବିଭେଦ ବିଚାର 
ସ୍ନେହ ମମତା ଭାବ ଯଦି ପ୍ରତ୍ୟେକ ଭାରତୀୟ ହୃଦୟେ,
ସାମ୍ପ୍ରଦାୟିକ ଶକ୍ତି କିପରି ବଢୁଛି, ଅଛି କି ଉତ୍ତର ? |୫|
ମନ୍ଦିର ମସଜିଦ ଗୀର୍ଜାକୁ ଗଲେ, ବୋଲାଇଲେ
ଧାର୍ମିକ, କପାଳେ ଚନ୍ଦନ ସିନ୍ଦୂର ମାରି  
ନ୍ୟାୟ, ସତ୍ୟ, ମର୍ଯ୍ୟାଦା, ଶୃଙ୍ଖଳା, ନୀତି ଆଦର୍ଶ
ର ଅସ୍ତ୍ର ପରା ମଣିଷ ରହେ ଧରି |୬|
ପୂଜା ଅରଚନା ମନ୍ଦିର ମଠ ମହନ୍ତ, ଧର୍ମଯାଜକ
ସବୁ ତ ବଢିଛି ପ୍ରତ୍ୟେକ ଗଳି କନ୍ଦିରେ
ଦେଖେ କେତେ ନିଜକୁ ଇଶ୍ୱରଙ୍କ ଅବତାର ଧରି
ଆସିଛନ୍ତି ବୋଲାନ୍ତି ଭାରତ ମାଆ ମାଟିରେ |୭|
ତେବେ କାହିଁକି ନହୁଏ ଅପସାରଣ ଅନ୍ୟାୟ, 
ଶୋଷଣ, ଦୁର୍ନୀତି ଓ କୁସଂସ୍କାର,
ବଢି ଚାଲିଛି ଧରମ ଓ ଜାତି ନାମେ ମୋ ଦେଶେ
ସରବ ଭେଦ ଭାବ ଓ ଅପସଂସ୍କୃତିର |୮|
ମନ୍ଦିର ପୂଜକ, ମଠ ମହନ୍ତ, ଧର୍ମଯାଜକ, କରନ୍ତି
ଅହିଂସାର ଜୟଗାନ ଭାଷଣରେ
କରନ୍ତି ଭିନ୍ନ ଭିନ୍ନ ହିଂସା ଓ ଅନୀତି, ଏପରିକି ଲିପ୍ତ
ହୁଅନ୍ତି ନାରୀ ନିର୍ଯ୍ୟାତନା ଅପରାଧରେ |୯

      ଚିତ୍ତ ରଂଜନ ନନ୍ଦ

        ଜଗତପୁର, କଟକ
         ଓଡିଶା, ଭାରତ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଅଧରାମୃତ

Sunil Chandra Nayak

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

Sunil Chandra Nayak

ନାଗସାପ କାମୁଡାରେ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!