ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ହେରା ପଞ୍ଚମୀର ମାହାତ୍ମ୍ୟ

(ରାଗ- କଲ୍ୟାଣ ଆହାରୀ)

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ପ୍ରଭୁଜଗନ୍ନାଥ ଜଗତର ନାଥ ଭାଇ ଭଉଣୀଙ୍କ ସାଥିରେ

ରଥଯାତ୍ରା କଲେ ଆନନ୍ଦିତ ହେଲେ ବସି ସେ ବୁଲିଲେ ରଥରେ

କମଳା,ରାଗ ତମତମ ହୋଇଲେ,

ହେରାପଞ୍ଚମୀରେ ପାନେ ଦେବେ ବୋଲି କ୍ଷଣକୋପୀ ରୂପ ବହିଲେ…ll୧ll

 

କଥାଦେଇ କଥା ରଖିଲେନି ବୋଲି ମହାପ୍ରଭୁ ରମା ଭୟରେ

ରଥକୁ ଦକ୍ଷିଣ ମୋଡ଼ କରାଇଲେ ଭୟ ଧରି ସିଏ

ଅନ୍ତରେ

ସେବକ,ପଠାଇ ମୋହିଲେ ଲକ୍ଷ୍ମୀଙ୍କୁ,

ଜଗତ କରତା ତୋଷି ଲକ୍ଷ୍ମୀ ମାତା ଫେରିଥିଲେ ନିଜ ଘରକୁ….(୨)

 

ନାରୀ ବିନା ତୁଚ୍ଛ ପୁରୁଷ ଜୀବନ ପୁରୁଷ ବିନା ଯେ ଘରଣୀ

କେତେ ହଟହଟା ହୁଅନ୍ତି ସଂସାରେ ଜାଣିଛନ୍ତି ସେ ଚକ୍ରପାଣି

ତେଣୁ ସେ, ଏପରି ଲୀଳାକୁ କରାଇ

କଳି କରିଥିଲେ ଯୋଡ଼ି ହୋଇଗଲେ ମାନ ସ୍ବାଭିମାନ ବଢାଇ…..(୩)

ଫୁଲବାଣୀ, କନ୍ଧମାଳ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ମୁତି

Sunil Chandra Nayak

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!