ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ହେରା ପଞ୍ଚମୀର ମାହାତ୍ମ୍ୟ

(ରାଗ- କଲ୍ୟାଣ ଆହାରୀ)

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ପ୍ରଭୁଜଗନ୍ନାଥ ଜଗତର ନାଥ ଭାଇ ଭଉଣୀଙ୍କ ସାଥିରେ

ରଥଯାତ୍ରା କଲେ ଆନନ୍ଦିତ ହେଲେ ବସି ସେ ବୁଲିଲେ ରଥରେ

କମଳା,ରାଗ ତମତମ ହୋଇଲେ,

ହେରାପଞ୍ଚମୀରେ ପାନେ ଦେବେ ବୋଲି କ୍ଷଣକୋପୀ ରୂପ ବହିଲେ…ll୧ll

 

କଥାଦେଇ କଥା ରଖିଲେନି ବୋଲି ମହାପ୍ରଭୁ ରମା ଭୟରେ

ରଥକୁ ଦକ୍ଷିଣ ମୋଡ଼ କରାଇଲେ ଭୟ ଧରି ସିଏ

ଅନ୍ତରେ

ସେବକ,ପଠାଇ ମୋହିଲେ ଲକ୍ଷ୍ମୀଙ୍କୁ,

ଜଗତ କରତା ତୋଷି ଲକ୍ଷ୍ମୀ ମାତା ଫେରିଥିଲେ ନିଜ ଘରକୁ….(୨)

 

ନାରୀ ବିନା ତୁଚ୍ଛ ପୁରୁଷ ଜୀବନ ପୁରୁଷ ବିନା ଯେ ଘରଣୀ

କେତେ ହଟହଟା ହୁଅନ୍ତି ସଂସାରେ ଜାଣିଛନ୍ତି ସେ ଚକ୍ରପାଣି

ତେଣୁ ସେ, ଏପରି ଲୀଳାକୁ କରାଇ

କଳି କରିଥିଲେ ଯୋଡ଼ି ହୋଇଗଲେ ମାନ ସ୍ବାଭିମାନ ବଢାଇ…..(୩)

ଫୁଲବାଣୀ, କନ୍ଧମାଳ

Related posts

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ଜମିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର

Sunil Chandra Nayak

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

Sunil Chandra Nayak

Leave a Comment

error: Content is protected !!