ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଦ୍ୱନ୍ଦ ରେ ଡ଼ହଗାଁ ପେକ୍ସ ଉପ ସଭାପତି ନିର୍ବାଚିତ ହେଲେ ରଶ୍ମିରେଖା ରାଉତ

କୋକସରା,୭/୭- ( ମ ନି ସ ) କୋକସରା ବ୍ଲକ ଡହଗାଁ ପ୍ରାଥମିକ କୃଷି ସମବାୟ ସମିତି ଉପ ସଭାପତି ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉପ ସଭାପତି ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଜଣେ ମାତ୍ର ପ୍ରାର୍ଥନୀ ରଶ୍ମିରେଖା ରାଉତ ନାମାଙ୍କନ ଦାଖଲ କରିଥିବା ବେଳେ ଆଉ କେହି ନାମାଙ୍କନ ଦାଖଲ କରିନଥିଲେ। ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ବିରଞ୍ଚି ଖରସେଲ ଉପ ସଭାପତି ଭାବେ ରଶ୍ମିରେଖା ରାଉତ ଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ସେ ମୂଷାପାଲି ପଞ୍ଚାୟତ ର ସରପଞ୍ଚ ରହିଥିଲେ। ଉପ ସଭାପତି ନାମ ଘୋଷଣା ପରେ ରଶ୍ମିରେଖା ଙ୍କୁ ସଭାପତି ବ୍ରଜରାଜ ନାଏକ, ସଦସ୍ୟ ବିଶ୍ୱନାଥ ପୁଝାରି, ରାଧେଶ୍ୟାମ ଗୋପାଳ, ସୁଶିଳ ନାଗ, ତରୁଲତା ପୁଞ୍ଜି ସମେତ ତାଙ୍କ ସମର୍ଥକ ମାନେ ଶୁଭେଚ୍ଛା ଜଣାଇଛନ୍ତି।

Related posts

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା – ତଥାପି ତୁମେ ଓ ମୁଁ

Sunil Chandra Nayak

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!