ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ସମାଜସେବୀ ଗତିକୃଷ୍ଣଙ୍କ ନିଆରା ଢଙ୍ଗରେ ୪୦ ତମ ଜନ୍ମଦିନ ପାଳନ

 ମୟୂରଭଞ୍ଜ ୧୫/୦୭/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା ଗ୍ରାମ ନିବାସୀ ଯୁବ ସମାଜସେବୀ,ଉତ୍ସାହୀ ରକ୍ତଦାତା ତାଙ୍କର ୪୦ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।ଆଜି ସେହି ଯୁବ ସମାଜସେବୀ ଗତିକୃଷ୍ଣ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଉପଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ୪୦ ତମ ଜନ୍ମଦିନ ଜନ୍ମଦିନ ଅବସରରେ ୫୦ ତମ ରକ୍ତଦାନ କରିଛନ୍ତି ।ତଦସହ ଅଙ୍ଗଦାନ ପଂଜିକରଣ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଗର ନାଏକ,ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ଯାପକ ବିଜୟ ରାମ, ଜିଲ୍ଲା ଯୁବ ରେଡକ୍ରସ୍ ଅଧିକାରୀ ସ୍ମୃତି ରଂଜନ ପାଣି, ସାମ୍ବାଦିକ ସୌରଭ ପଟ୍ଟନାୟକ, ମନୋରଞ୍ଜନ ତିରିଆ, ତୁଷାର କାନ୍ତ ମହାନ୍ତ, ମେଘନାଦ ହେମ୍ବ୍ରମ, ଜୀତେନ୍ଦ୍ର ଅଗ୍ରୱାଲ,ଧୀରେ ସାହୁ, ଅକ୍ଷୟ ବିଶ୍ବାଳ, ହସ୍ପିଟାଲ ଷ୍ଟାଫ ସୌମିକ ଦାସ କାନୁନଗୋ, ସୌମ୍ୟରଞ୍ଜନ ଦାସ, ଜ୍ଞାନ ରଂଜନ ଦାସ, ସତ୍ୟଜିତ ଦାସ, ପ୍ରମୁଖ ଉପସ୍ଥିତ ରହି ବିଶିଷ୍ଟ ଯୁବ ରକ୍ତଦାତାଙ୍କୁ ତାଙ୍କ ଜନ୍ମ ଦିନରୃ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଦୈନିକ ଖବର କାଗଜ’ସମାଜ’ ତରଫରୁ ସାମ୍ବାଦିକ ସୌରଭ ପଟ୍ଟନାୟକ,ଦୈନିକ ଖବରକାଗଜ ‘ସମ୍ବାଦ’ପକ୍ଷରୁ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ଵୀରଞ୍ଜନ ଦାସ, ରାଜ୍ୟ ରେଡକ୍ରସ ତରଫରୁ ଡାକ୍ତର ସାଗର ନାଏକ, ପବିତ୍ର ପ୍ରତ୍ୟୁଷ ମିଶ୍ର, ସ୍ମୃତି ରଂଜନ ପାଣି ପ୍ରମୁଖ ରକ୍ତଦାତା ଗତିକୃଷ୍ଣଙ୍କୁ ଫୁଲତୋଡା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରି ତାଙ୍କର ଦିର୍ଘାୟୁ ଓ ନିରାମୟ ଜୀବନ ପ୍ରାର୍ଥନା କରିବା ସହ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଶକ୍ତି,ସାହସ ଓ ଧୈର୍ଯ୍ଯ ଦିଅନ୍ତୁ ସେ ଆଗକୁ ଆହୁରି ସମାଜସେବାରେ ବ୍ରତୀ ହେବା ସହ ରକ୍ତଦାନ କାର୍ଯ୍ୟକ୍ରମର ରକ୍ତଦାତାମାନଙ୍କ ଉତ୍ସାହ ଓ ପ୍ରେରଣାର ବାର୍ତ୍ତାବାହକ ହୁଅନ୍ତୁ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମାଟିର ସ୍ବର୍ଗ             

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ମା’ ପରମେଶ୍ୱରୀ

Sunil Chandra Nayak

Leave a Comment

error: Content is protected !!