ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ତ୍ତିକ ପୂର୍ଣ୍ଣମୀରେ ପଡ଼ୁଛି ଚନ୍ଦ୍ରଗ୍ରହଣ….

ଭୋର ୫ଟା ୩୯ମିନିଟ୍ ପୂର୍ବରୁ ଦେବନୀତି, ଡଙ୍ଗାଭସା, ଅନ୍ନଭୋଜନ

ନଭେମ୍ବର ୮ତାରିଖ ଅର୍ଥାତ୍ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡ଼ୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ। ନଭେମ୍ବର ୮ ତାରିଖ ଅପରାହ୍‌ଣ ୨ଟା ୩୯ମିନିଟ୍‌ ୧୪ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରିବ, ଅପରାହ୍‌ଣ ୪ଟା ୨୯ମିନିଟ୍‌ ୧୨ସେକେଣ୍ଡ ଗ୍ରହଣ ମଧ୍ୟ ଓ ସଂଧ୍ୟା ୬ଟା ୧୯ମିନିଟ୍‌ ୫ ସେକେଣ୍ଡ୍‌ରେ ସର୍ବମୋକ୍ଷ ହେବ। ପୁରୀ ସମେତ ଓଡ଼ିଶାର ଅଧିକାଂଶ ଅଞ୍ଚଳ‌ରେ ଏହି ଗ୍ରହଣ ୫ଟା ୬ ମିନିଟ୍ ୨୯ ସେକେଣ୍ଡରେ ଦୃଶ୍ୟମାନ ହେବ ବୋଲି ଗଣନାକାରମାନେ ଆକଳନ କରିଛନ୍ତି।

ଅସଲି ଖଡ଼ିରତ୍ନ ପଞ୍ଜିକାର ବିଶିଷ୍ଟ ଗଣନାକାର ଇଞ୍ଜିନିୟର ଦେବଦର୍ଶିୀ ଖଡ଼ିରତ୍ନଙ୍କ ଆକଳନ ଅନୁସାରେ, ଆସନ୍ତା ‌ନଭେମ୍ବର ୮ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ଏହାର ୯ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଭୋର ୫ଟା ୩୯ମିନିଟରୁ ପାକତ୍ୟାଗ, ଦେବନୀତି, ଅନ୍ନଭୋଜନ ନିଷେଧ।

ସେଦିନ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଭୋର ୫ଟା ୩୯ମିନିଟ୍ ପୂର୍ବରୁ ଦେବନୀତି, ଡଙ୍ଗାଭସା, ଅନ୍ନଭୋଜନ ଆଦି ସରିବା ବିଧେୟ। ଭୋର ୫ଟା ୩୯ରୁ ସଂଧ୍ୟା ୬ଟା ୧୯ମଧ୍ୟରେ ଅନ୍ନଭୋଜନ କରିବା ଅନୁଚିତ। ସେହିଦିନ ସଂଧ୍ୟା ୬ଟା ୧୯ ମିନିଟ୍ ସ‌ର୍ବମୋକ୍ଷ ପରେ ସ୍ନାନ, ଦେବନୀତି, ପାକକର୍ମ ଆଦି କରଣୀୟ ବୋଲି ସେ କହିଛନ୍ତି। ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିର ଲୋକ‌ଙ୍କ ପାଇଁ ଚନ୍ଦ୍ର ଦର୍ଶନ ଶୁଭଙ୍କର ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦାଦନ ମହିଳାଙ୍କ  ମୃତ୍ୟୁ , ଦୁଇ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ 

Sunil Chandra Nayak

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

Sunil Chandra Nayak

ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ ଯୁବ ଆଇନଜୀବୀ ସମାଜ ସେବୀ ଦିନେଶ ତିୱାରୀ ସମ୍ମାନିତ

Leave a Comment

error: Content is protected !!