ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ପୂଜା ବିଶେଷାଙ୍କ ତ୍ରୈମାସିକ ପତ୍ରିକା ‘ମାଳିନୀ’ଲୋକାର୍ପିତ 

ମୟୂରଭଞ୍ଜ ୧୭/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପିସିଏମ ଭବନ ପରିସରରେ ରବିବାର ଦିନ ଅପରାହ୍ନରେ ରାଇରଙ୍ଗପୁର ଅଂଚଳର ସାରସ୍ଵତ ସାଧକ ଗୀତି କବି ଟେଲିକମ ବିଭାଗର ପ୍ରାକ୍ତନ ଇଂ ରାଧେଶ୍ୟାମ ପାତ୍ରଙ୍କ ପ୍ରଚେଷ୍ଟାରେ ପ୍ରଥମ ବର୍ଷ ପୂଜା ବିଶେଷାଙ୍କ ‘ମାଳିନୀ ‘ପତ୍ରିକା ଵହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଲୋକାର୍ପିତ ହୋଇଯାଇଛି । ପତ୍ରିକାର ସଂପାଦକ ଇଂ ରାଧେଶ୍ୟାମ ପାତ୍ର ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ବରିଷ୍ଠ ନାଗରିକ ସଂଘ ସଭାପତି ତଥା ଖ୍ୟାତନାମା ଅଧିବକ୍ତା ଶ୍ରୀ ରସାନନ୍ଦ ଲେଙ୍କା , ମୁଖ୍ୟବକ୍ତା ଧୀରଜଲାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ପଟନାୟକ, ସମ୍ମାନିତ ଅତିଥି ସେନା ବିଭାଗର ପ୍ରାକ୍ତନ ଡାକ୍ତର ସ୍ଵୟଂବର ସିଂ , ବିଶିଷ୍ଟ ସାହିତ୍ୟ ସମୀକ୍ଷକ ଓଡ଼ିଆ ବିଭାଗ ଅଧ୍ଯାପକ ଡଃ ଦିଗମ୍ବର ଗିରି,ଲିଟିଲ୍ ଫ୍ଳାଓ୍ବାର ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ କାଳୀପ୍ରସନ୍ନ ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ । ପତ୍ରିକାର ସଂପାଦକ ଇଂ ରାଧେଶ୍ଯାମ ପାତ୍ର  ଏକ ପତ୍ରିକା ପ୍ରକାଶନ ପାଇଁ ‌ଦିର୍ଘ ବର୍ଷର ସ୍ବପ୍ନ ଥିଲା । ତାହା ଏବେ ସାକାର ହୋଇଛି । ପତ୍ରିକାଟି ଏକ ନିଆରା ଅଟେ କଳା, ସାହିତ୍ୟ,ଧର୍ମ ସଂସ୍କୃତି,ଗପ, ପ୍ରବନ୍ଧ,ନାଟକ, ସବୁ ଦିଗକୁ ଗୁରୁତ୍ୱ ଦିଆଯାଇଛି । ସାହିତ୍ୟିକ ହିମାଂଶୁ ପଟନାୟକ କହିଥିଲେ ଏହି ପତ୍ରିକାର ସ୍ୱତନ୍ତ୍ରତା ରହିଛି । ଡଃ ଦିଗମ୍ବର ଗିରି ସବୁ ଦିଗକୁ ସମୀକ୍ଷା କରିଥିଲେ । ଶେଷରେ ସମସ୍ତେ କହିଥିଲେ ପତ୍ରିକା ଟି ନିଶ୍ଚିତଭାବରେ ପାଠକମାନଙ୍କ ଦ୍ବାରା ଆଦୃତ ହେବ । କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ,କବି,ଲେଖକ,ପାଠକ ପ୍ରେମୀ, ବୁଦ୍ଧିଜୀବୀ ଗଣମାଧ୍ୟମ, ସାହିତ୍ୟ ଅନୁରାଗୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ,ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଜୟ ରାମ,କିଶୋର ରଜକ,ତିମିର ରଂଜନ ପଣ୍ଡା,କୌଶିକ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାଇରଙ୍ଗପୁର ଅଂଚଳରେ ପ୍ରଥମ ଥର ପାଇଁ ଜଣେ ସାରସ୍ଵତ ସାଧକ ଇଂ ରାଧେଶ୍ୟାମ ପାତ୍ରଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନରେ ତିନୋଟି ସ୍ଵର୍ଣ୍ଣ ପଦକ ହାସଲ 

Sunil Chandra Nayak

ମାମି ପାତ୍ର ଙ୍କ ଗଳ୍ପ ମାଆର ମହନୀୟତା

Sunil Chandra Nayak

Leave a Comment

error: Content is protected !!