ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

ମୟୂରଭଞ୍ଜ- ୧୭/୧୦/୨୨(ମସିହା) ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ବିଶେଷତଃ ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ବେଶି ଦେଖା ଦେଉଛି । କରୋନା ପରେ ପରେ ଆର୍ଥିକ ଅନାଟନରେ ପେଶି ହେଉଥିବା ଯୁବବର୍ଗ ଓ ମହିଳା ମାନେ ବେଶି ସନ୍ତୁଳିତ ଓ କଲବଲ ହୋଇ ଆତ୍ମହତ୍ୟକୁ ଶେଷ ବିକଳ୍ପ ବାଛି ନେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ବିଜାତଳା ପଞ୍ଚାୟତର ଫାଙ୍କା ଡୁଙ୍ଗିରି ଗ୍ରାମର ଖେଳପଡିଆ,ବନ୍ଦ ପାଖାପାଖି ଘଞ୍ଚ ବୁଦା ମଧ୍ୟରେ ଏକ ଛତନ ଗଛରେ ଏକ ମହିଳାଙ୍କ ଝୁଲନ୍ତା ଶବକୁ ଦେଖି ଗାଁ ବାଲା ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୭/୨୨ ରୁଜୁ କରି ମୃତକଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକ ହେଲେ ବାଙ୍କାଡୁଙ୍ଗିରୀ ଗ୍ରାମର ପୁରାଇ ମାର୍ଣ୍ଡୀଙ୍କ ଅବିବାହିତ ଝିଅ ଵୁଦୁଜ ମାର୍ଣ୍ଢୀ ।ସେ ଗତ ବୁଧବାର ଦିନ ସକାଳ ୮ ଠାରୁ ଘରୁ କେଉଁଆଡେ ପଳାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଲେଜ ଛାତ୍ରୀକୁ ଆକ୍ରମଣ ଘଟଣାରେ ଯୁବକ ଗିରଫ 

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ସନ୍ଦେହ

Sunil Chandra Nayak

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!