ମୟୂରଭଞ୍ଜ- ୧୭/୧୦/୨୨(ମସିହା) ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ବିଶେଷତଃ ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ବେଶି ଦେଖା ଦେଉଛି । କରୋନା ପରେ ପରେ ଆର୍ଥିକ ଅନାଟନରେ ପେଶି ହେଉଥିବା ଯୁବବର୍ଗ ଓ ମହିଳା ମାନେ ବେଶି ସନ୍ତୁଳିତ ଓ କଲବଲ ହୋଇ ଆତ୍ମହତ୍ୟକୁ ଶେଷ ବିକଳ୍ପ ବାଛି ନେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ବିଜାତଳା ପଞ୍ଚାୟତର ଫାଙ୍କା ଡୁଙ୍ଗିରି ଗ୍ରାମର ଖେଳପଡିଆ,ବନ୍ଦ ପାଖାପାଖି ଘଞ୍ଚ ବୁଦା ମଧ୍ୟରେ ଏକ ଛତନ ଗଛରେ ଏକ ମହିଳାଙ୍କ ଝୁଲନ୍ତା ଶବକୁ ଦେଖି ଗାଁ ବାଲା ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୭/୨୨ ରୁଜୁ କରି ମୃତକଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକ ହେଲେ ବାଙ୍କାଡୁଙ୍ଗିରୀ ଗ୍ରାମର ପୁରାଇ ମାର୍ଣ୍ଡୀଙ୍କ ଅବିବାହିତ ଝିଅ ଵୁଦୁଜ ମାର୍ଣ୍ଢୀ ।ସେ ଗତ ବୁଧବାର ଦିନ ସକାଳ ୮ ଠାରୁ ଘରୁ କେଉଁଆଡେ ପଳାଇଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ