ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଶ୍ମୀରୀ ହିନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଚିନ୍ତାଶୀଳ ହେବା ଉଚିତ – କୁସୁମ..

ରାଉରକେଲା/ ଗତ କିଛିଦିନ ଭିତରେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁ ମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ଘଟଣା ବୃଦ୍ଧି ପାଇଥିବା ବେଳେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ତାଛଡା ଏଥିପାଇଁ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ସେ ଦାୟୀ କରିଥିବା ବେଳେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଶାସନତନ୍ତ୍ର ଠାରୁ ସମ୍ବିଧାନ ଯାଏ ସମସ୍ତେ ଆଖି ବୁଜିଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକଙ୍କ ଧନ ଜୀବନର ସୁରକ୍ଷା ହେଉଛି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ତେବେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁ ମାନଙ୍କୁ ଆତଙ୍କବାଦୀ ମାନେ ଟାର୍ଗେଟ କରି ହତ୍ୟା କରୁଥିଲେ ସୁଦ୍ଧା ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଯିବା ନିଶ୍ଚିତ ଭାବରେ ଚିନ୍ତାଜନକ । ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ବିଗତ ଦୁଇମାସ ମଧ୍ୟରେ ୧୧ ଜଣ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିବା ବେଳେ ୩୨ ଟି ଘରକୁ ପଥର ଫିଙ୍ଗି ଆକ୍ରମଣ କରାଯାଇଛି । ଯାହାଦ୍ଵାରା ସେଠାରେ ବସବାସ କରୁଥିବା ହିନ୍ଦୁ ମାନେ ପ୍ରାଣ ବିକଳରେ ତ୍ରାହି ତ୍ରାହି ଡାକୁଥିବା ବେଳେ ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି । ତେଣୁ କେନ୍ଦ୍ର ସରକାର ଅତିଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହିତ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ କୁସୁମ ଦାବି କରିଛନ୍ତି  ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିକ୍ଷକ ଙ୍କ ମାଡ଼ ରେ ଭାଙ୍ଗିଲା ଛାତ୍ର ର ହାତ

Sunil Chandra Nayak

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!