ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଆଜି ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେଉଁ ସମ୍ମିଳନୀରେ ଦୁଇ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଅଳି କରିଛି ରାଜ୍ୟ ଶିକ୍ଷକ ଓ କର୍ମଚାରୀ ସଂଘ । ଅବସରକାଳୀନ ପେନସନ ଓ ଚାକିରୀ ଜନିତ ସର୍ତ୍ତାବଳୀ ଭଳି ଦାବି ଉପସ୍ଥାପନ କରିଛି ସଂଘ । ସଂଘର ରାଜ୍ୟ ସଭାପତି ମାନସ ପୁରୋହିତଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ସରକାର ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ଦାବି ପୂରଣ ନକଲେ ଆଗାମୀ ଦିନରେ କଲେଜ ଗୁଡ଼ିକରେ ଶିକ୍ଷକ ଓ କର୍ମଚାରୀ ଶୂନ୍ୟ ହୋଇଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି । ତୁରନ୍ତ ରାଜ୍ୟ ସରକାର ହଜାର ହଜାର ଶିକ୍ଷକ ଓ କର୍ମଚାରୀ ମାନଙ୍କର ଦାବିକୁ ପୂରଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି।

କାମାକ୍ଷନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍, ମସିହା ନିଉଜ୍

Related posts

କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

Sunil Chandra Nayak

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାଟିତ ମାଟି ଇରମ ମାଟି ।।

Sunil Chandra Nayak

Leave a Comment

error: Content is protected !!