ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂଷାପାଲି ପଞ୍ଚାୟତ କୁ ମଦମୁକ୍ତ ପାଇଁ କୋକସରା ଥାନାରେ ଦାବୀ ପତ୍ର ଦେଲେ ମହିଳା ଗୋଷ୍ଠି

କୋକସରା,୨୮/୫-(ମ ନି ସ)   ଦିନକୁ ଦିନ ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଓ ମଦକୋଠି ଛତୁ ଫୁଟିଲା ଭଲି ଖୋଳୁଥିବା ଯୋଗୁଁ ଗାଁ ଗାଁ ରେ ମଦ୍ୟପ ଙ୍କ ଦୌରାତ୍ମ୍ୟ ସହ ଉତ୍ପାତ ଗାଁ ପରିବେଶକୁ ଅଶାନ୍ତ କରୁଥିବା ଦେଖିବାକୁ ମିଳୁଛି । ଘରେ ଘରେ କଳିକଜିଆ ଗଣ୍ଡଗୋଳ ହେଉଛି । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମତାନ୍ତର ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ଯାଉଛି । ମଦ ନିଶାରେ ଅସାମାଜିକ କାର୍ଯ୍ୟ କଳାପ ସହ ଚୋରି, ଡକାୟତି, ରାହାଜାନୀ, ଲୁଟ, ହତ୍ୟା ଭଳି ଘଟଣା ଦୈନନ୍ଦିନ ଖବରକାଗଜ ର ପୃଷ୍ଠା ମଣ୍ଡିତ କରୁଛି । ଏହାକୁ ପ୍ରତିବାଦ କରି ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ର ୩୦ ଗୋଟି ଏସ.ଏଚ.ଜି ଗୋଷ୍ଠି ର ମହିଳା ମାନେ ଏକତ୍ରିତ ହୋଇ ପଞ୍ଚାୟତ ରେ ଥିବା ସମସ୍ତ ଦେଶୀ ମଦ କୋଠି ବନ୍ଦ କରିବାକୁ ଶପଥ ନେଇଛନ୍ତି । ଶନିବାର ମୂଷାପାଲି ଗ୍ରାମରେ ମହିଳା ମାନେ ଏକତ୍ରିତ ହୋଇ ଗାଁ ରେ ଶୋଭାଯାତ୍ରା ବାହାରି ଲୋକଙ୍କୁ ଗୀତ ମାଧ୍ୟମରେ ମଦମୁକ୍ତ ପାଇଁ ସଚେତନତା କରିଛନ୍ତି । ପଞ୍ଚାୟତ ର ମୂଷାପାଲି, ଖପ୍ରାମାଲ, ଗହନାମୁଣ୍ଡା ଗାଁ ରେ ଥିବା ଦେଶୀ ମଦ କୋଠି ଗୁଡିକୁ ବନ୍ଦ କରିବାକୁ ଏକ ଦାବିପତ୍ର ଗୋଷ୍ଠି ର ମହିଳା ବୈଦେହୀ ସୁନାନୀ, ଶୈଳନ୍ଦ୍ରୀ ନାଏକ, ଧନମତି ରାଉତ, ମମତା ପାଣ୍ଡେ, ସନ୍ତୋଷି ବାଗ, ସୁମନ ରାଉତ, କ୍ରାନ୍ତି ଦୁର୍ଗା, କସ୍ତୁରୀ ରାଉତ, ପୂର୍ଣ୍ଣମୀ ଧରୁଆ, ଅଦିତି ରାଉତ, ମଞ୍ଜୁଳତା ଦୁର୍ଗା, କୁମୁଦିନି ବାଗ, ଭୂମିସୁତା ବାଗ, ଗୀତା ରାଉତ, ମମତା ସୁନାନୀ ସମେତ ଶତାଧିକ ମହିଳା କୋକସରା ଥାନା ରେ ପହଞ୍ଚି କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

Related posts

ମଥୁରା ଗୃହ କର୍ତ୍ତା ଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ ଅଭିଯୋଗ

Sunil Chandra Nayak

କଲଚରାଲ ଏକାଡେମୀର ୩୧ତମ ପତ୍ର ପତ୍ରିକା ଦିବସ ପାଳିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା “ମା” ଗଡ଼ଚଣ୍ଡୀ ସ୍ତୁତି

Sunil Chandra Nayak

Leave a Comment

error: Content is protected !!