ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

ରାଇଘର -:  ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେ ଜିଲା ଯୁବ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ତରଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ବିଧାନସଭା ଯୁବ କଂଗ୍ରେସ ସଭାପତି ଅଜୟ ଚୌହାନ ଙ୍କ ନେତୃତ୍ଵରେ ରାଇଘର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ବିଧାୟକ ପାର୍ଥି ସନରାଜ ଗଣ୍ଡ, ଜିଲା ଯୁବ କଂଗ୍ରେସ ସଭାପତି ଦ୍ବାରିକା ମହାପାତ୍ର ଉମରକୋଟ ନଗର ସଭାପତି ଟୁଲୁ ସାହୁ, ଅନବର ଆଲାମ,ପୁନମ୍ ପନକା ଙ୍କ ସମେତ କଂଗ୍ରେସ ର ବହୁ କର୍ମୀ ଉପସ୍ଥିତ ରହିଥିଲେ l ଏହି ଅବସରରେ ସନରାଜ ଗଣ୍ଡ ଶିକ୍ଷିତ ଯୁବତୀ ଯୁବକ ମାନଙ୍କୁ ନିଯୁକ୍ତି ନଦେବା, ବେକାରି ସମସ୍ୟା ବୃଦ୍ଧି ନେଇ ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଶୋଦଗାର କରିଥିଲେ | ଏହାର ସମାଧାନ ଅତି ଶିଘ୍ର ନୋ ହୁଏ ଜିଲା କଂଗ୍ରେସ ଆଗାମୀ ଦିନରେ ରାଜ ରାସ୍ତା କୁ ଅହ୍ଲାଇବେ ବୋଲି ସମସ୍ତ ବକ୍ତା କହିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

 

Related posts

ନୂତନ ଭାବରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

କଳାକାରମାନେ ଆତ୍ମପରିଚିତି ହେବା ନିହାତି ଜରୁରୀ

Sunil Chandra Nayak

ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହ

Sunil Chandra Nayak

Leave a Comment

error: Content is protected !!