ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତ ବନ୍ଦ ର ପ୍ରଭାବ- ଧର୍ମଗଡ ରେ ବ୍ୟାଙ୍କ ସେବା ବନ୍ଦ

ଧର୍ମଗଡ:୨୮/୩/୨୨; କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଞ୍ଚ ପକ୍ଷରୁ ୨୮ ଓ ୨୯ ଦୁଇ ଦିନିଆ ଭାରତ ବନ୍ଦ ଡାକରା ପରିପେକ୍ଷି ରେ ଆଜି ଧର୍ମଗଡ ଠାରେ ବ୍ୟାଙ୍କ ସେବା ପ୍ରଭାବିତ ହୋଈ ଥିଲା ।

କେନ୍ଦ୍ର ସରକାର ଙ୍କ ବିଭିନ୍ନ ନୀତି କୁ ବିରୋଧ କରି ୧୨ ଦଫା ଦାବି ନେଇ ଏହି ବନ୍ଦ ପାଳନ କରାଯାଇ ଥିଲା । ବନ୍ଦ ଯୋଗୁ ସହର ମଧ୍ୟ ରେ ଥିବା କାନାରା ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ ପ୍ରଭୃତି ବନ୍ଦ ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ପିତାମ୍ବର ନାଏକ, କୈଳାଶ ଚନ୍ଦ୍ର ଲଡୁଆ, ଅରକ୍ଷିତ ଭଇସାଲ, ଅଶୋକ ପ୍ରଧାନୀ ପ୍ରମୁଖ ପିକେଟିଂ କରି ଘରୋଇ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଡି ସି ବି ବ୍ୟାଙ୍କ, ସମେତ ଷ୍ଟ୍ରାଇକ ରେ ସାମିଲ ନଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କୁ ମଧ୍ୟ ବନ୍ଦ କରାଇ ଥିଲେ । ବ୍ୟାଙ୍କ ବନ୍ଦ ଯୋଗୁ ବ୍ୟାଙ୍କ କାରବାର ପାଇଁ ଆସିଥିବା ଲୋକେ ହଇରାଣ ହୋଇ ଫେରୁଥିବା ଦେଖା ଯାଇଥିଲା । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ମୟୂରଭଞ୍ଜ – ରକ୍ତ ଜୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଯୁବକକୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

Sunil Chandra Nayak

ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୋଶଳ ଯୋଜନା ମେଳା ଅନୁଷ୍ଠିତ

Sunil Chandra Nayak

ବିଶୋଇ ଥାନା ! ଦନ୍ତା ଆକ୍ରମଣରେ ବୃଦ୍ଧ ଚାଷୀ ମୃତ 

Sunil Chandra Nayak

Leave a Comment

error: Content is protected !!