ଗୋଳାମୁଣ୍ଡା ତା୨୮/୦୩/ମସିହା,
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ମକ୍ରାଗୁଡା ଗ୍ରାମର ଶିବ ମନ୍ଦିର ପ୍ରକୋଷ୍ଠ ରେ ଜନ କଲ୍ୟାଣ ଗୋଷ୍ଠୀର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଳାମୁଣ୍ଡା ବ୍ଲକରେ ଥିବା ଅନେକ ସ୍ଥାନରେ ସରକାରୀ କାର୍ଯ୍ୟକ୍ରମରେ ଯେତେଗୁଡିକ ଦୁର୍ନୀତି କାମ ହେଇଛି ତାର ସତ୍ୟା ସତ୍ୟର ପର୍ଦାଫାସ କରାଯିବ ବୋଲି ଆଜିକାର ବୈଠକରେ ଆଲୋଚିତ ହୋଇଥିଲା । ବ୍ଲକର ୨୮ ଗୋଟି ପଞ୍ଚାୟତର ମନରେଗା କାମ ଦୁର୍ନୀତି, ସି ଏଫ ସି ଓ ଏସ ଏଫ ସି କାମ ଉପରେ ତଦନ୍ତ କରି ଲୋକଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାମ ଉପରେ ବଡ ବଡ଼ିଆ ମାନଙ୍କ ହାତ ଅଛି କି ବୋଲି ସାମ୍ବାଦିକ ମହଲରେ ଅନେକ ପ୍ରଶ୍ନ ଉଠୁଛି,ଆଜି କାର ସଭା ର ତଥା ଜନକଲ୍ୟାଣ ସଂଘର ସଭାପତି ରାମକୁମାର ସେନାପତି, ସମ୍ପାଦକ, ଈଶ୍ୱରୀ ପଟେଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ପ୍ରଥିରାଜ ତାଣ୍ଡି, ଖୀରସିନ୍ଦୁ ପଟେଲ, ବିସିକେସନ ଜୋତିଷ, ବ୍ରହ୍ମା କାଣ୍ଡ, ଲୋକନାଥ ଟୋଲଟିଆ, ଧନରାଜ କେତକୀ, ମହିନ୍ଦ୍ର ଦାସ,ଜନ୍ମେଜୟ ନାଇକ ଓ ଲବଜି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,