ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ବୈଠକ 

ଗୋଳାମୁଣ୍ଡା ତା୨୮/୦୩/ମସିହା, 

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ମକ୍ରାଗୁଡା ଗ୍ରାମର ଶିବ ମନ୍ଦିର ପ୍ରକୋଷ୍ଠ ରେ ଜନ କଲ୍ୟାଣ ଗୋଷ୍ଠୀର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଳାମୁଣ୍ଡା ବ୍ଲକରେ ଥିବା ଅନେକ ସ୍ଥାନରେ ସରକାରୀ କାର୍ଯ୍ୟକ୍ରମରେ ଯେତେଗୁଡିକ ଦୁର୍ନୀତି କାମ ହେଇଛି ତାର ସତ୍ୟା ସତ୍ୟର ପର୍ଦାଫାସ କରାଯିବ ବୋଲି ଆଜିକାର ବୈଠକରେ ଆଲୋଚିତ ହୋଇଥିଲା । ବ୍ଲକର ୨୮ ଗୋଟି ପଞ୍ଚାୟତର ମନରେଗା କାମ ଦୁର୍ନୀତି, ସି ଏଫ ସି ଓ ଏସ ଏଫ ସି କାମ ଉପରେ ତଦନ୍ତ କରି ଲୋକଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାମ ଉପରେ ବଡ ବଡ଼ିଆ ମାନଙ୍କ ହାତ ଅଛି କି ବୋଲି ସାମ୍ବାଦିକ ମହଲରେ ଅନେକ ପ୍ରଶ୍ନ ଉଠୁଛି,ଆଜି କାର ସଭା ର ତଥା ଜନକଲ୍ୟାଣ ସଂଘର ସଭାପତି ରାମକୁମାର ସେନାପତି, ସମ୍ପାଦକ, ଈଶ୍ୱରୀ ପଟେଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ପ୍ରଥିରାଜ ତାଣ୍ଡି, ଖୀରସିନ୍ଦୁ ପଟେଲ, ବିସିକେସନ ଜୋତିଷ, ବ୍ରହ୍ମା କାଣ୍ଡ, ଲୋକନାଥ ଟୋଲଟିଆ, ଧନରାଜ କେତକୀ, ମହିନ୍ଦ୍ର ଦାସ,ଜନ୍ମେଜୟ ନାଇକ ଓ ଲବଜି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତିରିଂ ଭଗାଵନ୍ଦି ଗ୍ରାମରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା  

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଅନଳ ବର୍ଷା

Leave a Comment

error: Content is protected !!