ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

କଟକ:(୦୪/୦୭):ଆଜି କଟକ ଦକ୍ଷିଣ ଡାକ ମଣ୍ଡଳସ୍ଥିତ କାର୍ଯ୍ୟାଳୟରେ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଡାକସେବାର ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ମାନପତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀଯୁକ୍ତ ସାହୁ ବାଙ୍କୀ ମୁଖ୍ୟ ଡାକଘର ଅଧିନସ୍ତ ତୁଳସୀପୁର ଶାଖା ଡାକଘରେ ଶାଖା ଡାକପାଳ ଭାବେ କାର୍ଯ୍ୟରତ ଅଟନ୍ତି । ଶ୍ରୀ ସାହୁ ୧୪.୦୨.୨୦୦୦ ରେ ଡାକ ବିଭାଗରେ ଯୋଗଦେଇ ଲୋକ ମାନଙ୍କ ପାଖରେ ଡାକ ବିଭାଗର ପ୍ରତେକଟି ସ୍କିମ ପହଞ୍ଚାଇବା ସହିତ ଲୋକ ମାନଙ୍କ ସହ ସୁ ସଂପର୍କ ସ୍ଥାପନ କରି ଡାକ ବିଭାଗର ବିଭିନ୍ନ ଉଲ୍ଲେଖ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରିଛନ୍ତି । ପ୍ରତେକ ଗାଁ ଗହଳିରେ ଘରେ ଘରେ ସେ ସଞ୍ଚୟ ଖାତା,ଡାକ ବୀମା, IPPB, ଆଧାର ର ପ୍ରଚାର ଓ କାୟା ବିସ୍ତାର କରିବା ସହ ଅତି ନିଷ୍ଠାପର ଭାବରେ କାର୍ଯ୍ୟ କରିଥିବାରୁ ଗତ ୨୮.୦୬.୨୦୨୨ ରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ହବିଟାଣ୍ଟ ସେଣ୍ଟର ଠାରେ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ସେରିମନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓ ଡାକବିଭାଗର DG ଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ସାହୁଙ୍କୁ ମେଘଦୂତ ଆୱାର୍ଡ ଦ୍ୱାରା କେନ୍ଦ୍ର ସଂଚାର ରାଜ୍ୟ ମନ୍ତ୍ରୀ ଶ୍ରୀ ଦେବୁସିଂ ଚହ୍ୱାନ ସମ୍ମାନୀତ କରିଥିଲେ । ସାରା ଭାରତବର୍ଷରେ ଥିବା ୧୩୧୩୧୧ ଗ୍ରାମୀଣ ପୋଷ୍ଟଅଫିସ ରେ କାର୍ଯ୍ୟରତ ପ୍ରାୟ ୪୫୦୦୦୦ ଗ୍ରାମୀଣ ଡାକ କର୍ମଚାରୀମାନଙ୍କୁ ପଛରେ ପକାଇ ଓଡିଶା ପରିମଣ୍ଡଳ ତଥା କଟକ ଦକ୍ଷିଣ ଡାକ ମଣ୍ଡଳର ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଏକମାତ୍ର ଗ୍ରାମୀଣ ଡାକସେବକ ଭାବେ ମେଘଦୂତ ଆୱାର୍ଡ ଅର୍ଜନ କରିଥିଲେ । ସେ ଆୱାର୍ଡ ସେରିମୋନୀ ରୁ ଫେରିବା ପରେ ଆଜି ବିଜୁପଟ୍ଟନାୟକ ଏୟାର ପୋର୍ଟରେ ଓଲ୍ହାଇ ସିଧାସଳଖ କଟକ ଦକ୍ଷିଣ ଡାକ ମଣ୍ଡଳ ଆସି ସମ୍ବର୍ଦ୍ଧିତ ହୋଇଥିଲେ । ମେଘଦୂତ ଆୱାର୍ଡ ୧୯୮୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ଏହା ଡାକବିଭାଗରେ ଉତ୍କୃଷ୍ଟ କାର୍ଯ୍ୟର ପରିଚୟ ପ୍ରଦାନ କରିବାଲାଗି ଡାକ ବିଭାଗର ସର୍ବୋତ୍ତମ ଜାତୀୟ ସ୍ତରୀୟ ଆୱାର୍ଡ ମେଘଦୂତ ଆୱାର୍ଡକୁ ଦିଆଯାଇଥାଏ । ଶ୍ରୀଯୁକ୍ତ ସାହୁଙ୍କ ଲାଗି କଟକ ଦକ୍ଷିଣ ମଣ୍ଡଳ ତଥା ଓଡିଶା ପରିମଣ୍ଡଳ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ତାଙ୍କର କାର୍ଯ୍ୟ କରିବାର ଦକ୍ଷତା,ଡାକ ବିଭାଗ ପ୍ରତି ଥିବା ନିଷ୍ଠାପରତା ମନୋଭାବ ଓ ସମସ୍ତ ଜନସାଧାରଣ ଙ୍କ ନିକଟତର ହୋଇ କାମ କରିବା ତାଙ୍କ ପାଇଁ ଏହି ଆୱାର୍ଡ ଆଣି ଦେବା ସହ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଆଗାମୀ ଦିନମାନଙ୍କରେ ପ୍ରେରଣା ଆଣିଦେବ ବୋଲି କଟକ ଦକ୍ଷିଣ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ କର ମତବ୍ୟକ୍ତ କରିବା ସହ ଶ୍ରୀଯୁକ୍ତ ସାହୁଙ୍କର ଉତ୍ତରୋତ୍ତର ଉର୍ନ୍ନତି କାମନା କରିଛନ୍ତି । ଅମୃତ ନନ୍ଦ ଙ୍କ ରିପୋର୍ଟ

 

Related posts

କେୟାର ଇଣ୍ଡିଆ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭୂଆଁ ବିରାଡିର ହଟହଟା

Sunil Chandra Nayak

Leave a Comment

error: Content is protected !!