ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାନମସିଗାଁ ସ୍ୱାସ୍ଥ୍ୟ କର୍ମୀଙ୍କ ଦାଵୀପତ୍ର ପ୍ରଦାନ

ନବରଙ୍ଗପୁର:-(ମସିହା) ସାନମସିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଶାଖା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଦଫା ଦାବି ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପ୍ରଭାକର ଦାଶଙ୍କୁ ପ୍ରଦାନ କରାଯାଇଥିଲା। ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ, ୨୦୨୦ ନଭେମ୍ବର ୩ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପ୍ରତ୍ୟାହାର, ଠିକା କର୍ମଚାରୀଙ୍କୁ ନିୟମିତ କରିବା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫ହାଜର ଟଙ୍କା ପ୍ରଦାନ, ଆଦି ଏହି ଦାବିପତ୍ରରେ ଉଲ୍ଲେଖ କରା ଯାଇଛି । ଯଦି ଏହିସବୁ ଦାବି ପୂରଣ ନହେଲେ ଆସନ୍ତା ଡ଼ିସେମ୍ବର ୧୪ ତାରିଖରେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ସତ୍ତ୍ଵେବି ଆସନ୍ତା ୨୧ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ , ତେବେ ଆସନ୍ତା ମାସ ୨୨ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବୀପତ୍ର ପ୍ରଦାନ ସମୟରେ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ସଭାପତି ସୌଦାମିନୀ ପଣ୍ଡା, ଉପସଭାପତି ଶକୁନ୍ତଳା ନନ୍ଦ, ସମ୍ପାଦକ ପ୍ରମୋଦ ନନ୍ଦ, କୋଷାଧ୍ୟକ୍ଷ ଶୈଳବାଳା ପାତ୍ର ପ୍ରମୁଖଙ୍କ ସହ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଶାଖା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଦଫା ଦାବି ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପ୍ରଭାକର ଦାଶଙ୍କୁ ପ୍ରଦାନ କରାଯାଇଥିଲା। ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ, ୨୦୨୦ ନଭେମ୍ବର ୩ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପ୍ରତ୍ୟାହାର, ଠିକା କର୍ମଚାରୀଙ୍କୁ ନିୟମିତ କରିବା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫ହାଜର ଟଙ୍କା ପ୍ରଦାନ, ଆଦି ଏହି ଦାବିପତ୍ରରେ ଉଲ୍ଲେଖ କରା ଯାଇଛି । ଯଦି ଏହିସବୁ ଦାଵୀ ପୂରଣ ନହେଲେ ଆସନ୍ତା ଡ଼ିସେମ୍ବର ୧୪ ତାରିଖରେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ସତ୍ତ୍ଵେବି ଆସନ୍ତା ୨୧ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ , ତେବେ ଆସନ୍ତା ମାସ ୨୨ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବୀପତ୍ର ପ୍ରଦାନ ସମୟରେ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ସଭାପତି ସୌଦାମିନୀ ପଣ୍ଡା, ଉପସଭାପତି ଶକୁନ୍ତଳା ନନ୍ଦ, ସମ୍ପାଦକ ପ୍ରମୋଦ ନନ୍ଦ, କୋଷାଧ୍ୟକ୍ଷ ଶୈଳବାଳା ପାତ୍ର ପ୍ରମୁଖଙ୍କ ସହ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲାରୁ ରଵି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା/ଆମ ପରମ୍ପରାରେ ଲକ୍ଷ୍ମୀ ପୂଜା

Sunil Chandra Nayak

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

Sunil Chandra Nayak

Leave a Comment

error: Content is protected !!