ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ପେକ୍ସ ସଭାପତି ଙ୍କ ଯୋଗଦାନ

 ଚିଲିଗୁଡା( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନବ ନିର୍ବାଚିତ ମୁଣ୍ଡରା ଗୁଡା ପେକ୍ସ ସଭାପତି ସୁନୀଲ କୁମାର ମେହେର ଆଜି ନିଜ କାର୍ଯ୍ୟଳୟରେ ଯୋଗଦାନ କରିଛନ୍ତି ।ପ୍ରଥମ ଥର ପାଇଁ ସେ ଏହି ଦାୟିତ୍ୱ ଗ୍ରହଣ କରି ଥିବାରୁ ଚଳିତ ବର୍ଷ ଚାଷୀ ମାନେ ଧାନ ବିକ୍ରି ସମୟରେ ଯେମିତି ହଇରାଣ ନ ହେବେ ସେ ବିଷୟରେ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଏପରିକି ଠିକ ଭାବରେ ଚାଷୀଙ୍କୁ ବୋରା ଦେବା ସହ ଟୋକନ ପାଇ ଥିବା ଚାଷୀ ହିଁ ମଣ୍ଡିରେ ଧାନ ଆଣି ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ ନ ହେଲେ ମଣ୍ଡିରେ ଅବ୍ୟବସ୍ଥା ଦେଖା ଦେବ ।ଏଣୁ ବିଶୃଙ୍ଖଳା ସୃଷ୍ଟି ଯେମିତି ନ ହେବ ସେଥି ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଯୋଗଦାନ ସମୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱରୀ ପ୍ରସାଦ ନେଗି ,ସୀମାଞ୍ଚଳ ନ।ଏକ ,ଜିତେନ୍ଦ୍ର ନ।ଏକ ,ଘନଶ୍ୟାମ ନ।ଏକ ଏବଂ ରାଧାମୋହନ ଗହୀର ଉପସ୍ଥିତ ରହି ସଭାପତିଙ୍କ ସ୍ୱାଗତ ଜଣାଇଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବିଷ ପାନ କରି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ବିଇଓଙ୍କୁ ଦାବିପତ୍ର

Sunil Chandra Nayak

ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ 3ଗିରଫ 

Sunil Chandra Nayak

Leave a Comment

error: Content is protected !!